ଏଣିକି ସରକାରୀ ଅଫିସରେ BSNL ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ । ଏନେଇ କଡା ନିର୍ଦ୍ଦେଶନାମା ଜାରିକରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସବୁ ବିଭାଗକୁ ଚିଠି ଲେଖିଛନ୍ତି ଇଲୋକ୍ଟ୍ରୋ ନିକକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ । ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବ୍ୟବହାର ହେବ BSNL ଇଣ୍ଟରନେଟ, ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଲିଜ ଲାଇନ ସେବା । ରାଜ୍ୟସରକାରଙ୍କ ନିର୍ଦ୍ଧେଶ ପରେ ଏନେଇ ନିର୍ଦେଶାବଳି ଜାରି କରିଛନ୍ତି ସମବାୟ ବିଭାଗ । ରାଜ୍ୟର ସମସ୍ତ DRCS, ARCS ଙ୍କୁ ମଧ୍ୟ ଚିଠି କରାଯାଇଛି । ଯେଉଁଠାରେ ଏପରି ସେବା ଉପଲବ୍ଧ ଏବଂ ବୈଷୟିକ ଭାବରେ ସମ୍ଭବ, ସେଠାରେ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍ ଏବଂ ଲିଜ୍ ଲାଇନ ସଂଯୋଗ ପାଇଁ BSNL ସେବାର ବ୍ୟବହାର ସୁନିଶ୍ଚିତ କରିବେ। ତୁରନ୍ତ ସମୀକ୍ଷା ସହ ଚାଲୁଥିବା ସେବା ରେ ବାଧା ସୃଷ୍ଟି ନକରି BSNL ସେବା ହସ୍ତାନ୍ତର କରିବେ। ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ପ୍ରଦାନ କରିବେ ରିପୋର୍ଟ । BSNL ର ବ୍ୟବହାର ନେଇ DRCS ଏବଂ ARCS ସେମାନଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଜାରି କରିବେ ।