ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶକୁ ରାଜ୍ୟ ସରକାର ଙ୍କ ଗୁରୁତ୍ବ । କଲେଜ ଓ ବିଶ୍ବବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଆୟୋଜନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ସ୍ତରରେ କ୍ରୀଡ଼ାର ପ୍ରଚାର ପ୍ରସାର ସହିତ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଆସିଥିବା କଥା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଯୁବ ଛାତ୍ରଙ୍କୁ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ସହ କ୍ରୀଡା କ୍ଷେତ୍ର ରେ କ୍ରିୟା ଶିଳ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି Integrated youth development ପ୍ରୋଗ୍ରାମ । ନଭେମ୍ବର ୧୫ ରୁ ଡିସେମ୍ବର ୩୧ ପର୍ୟ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କଲେଜ ରେ ବିଭିନ୍ନ କାର୍ଯ୍ୟକ୍ରମ ହେବ । ଖେଳ, ସୋସିଆଲ ଆକ୍ଟିଭ, କଲଚରଳ କାର୍ଯ୍ୟକ୍ରମ ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ହେବା ପାଇଁ ଖସଡ଼ା ପ୍ରସ୍ତୁତ ହେବ । ଏନେଇ ରାଜ୍ୟ ର ସମସ୍ତ କଲେଜ ଅଧକ୍ଷ ଙ୍କ ସହ ଆଲୋଚନା । ୧୦୦ ରୁ ଅଧିକ ଛାତ୍ର ଛାତ୍ରୀ ଥିବା କଲେଜ ଭାଗ ନେବେ । ଦାୟିତ୍ୱ ରେ ରହିବେ ନୋଡାଲ ଅଫିସର । ହକି ସହ ସମସ୍ତ ଖେଳ କୁ ପ୍ରୋତ୍ସାହନ ଲକ୍ଷ । ସମସ୍ତ ଙ୍କୁ ପୁରସ୍କାର କରାଯିବ । କ୍ରୀଡା ଓ ସାଂସ୍କୃତିକ କ୍ଷେତ୍ର ରେ ଛାତ୍ର ଛାତ୍ରୀ ଙ୍କୁ ରୁଦ୍ଧିମନ୍ତ କରିବା ଲକ୍ଷ । ଜିଲ୍ଲା ପ୍ରଶାସନ ଏହାକୁ କୋଡିନେଟ କରିବେ ବୋଲି କୁହାଯାଉଛି । ୧୦୦ ରୁ ୨୦୦ ପିଲା ଥିବା କଲେଜକୁ ଦେଢ଼ ଲକ୍ଷ, ୨୦୦ ରୁ ୫୦୦ ପିଲା ଥିବା କଲେଜ କୁ ୩ ଲକ୍ଷ, ୫୦୦ ରୁ ୧୦୦୦ ପିଲା ଥିବା କଲେଜକୁ ୪ ଲକ୍ଷ, ୧୦୦୦ ରୁ ୨୦୦୦ ପିଲା ଥିବା କଲେଜକୁ ୬ ଲକ୍ଷ, ୨୦୦୦ ରୁ ଅଧିକ ପିଲା ଥିବା କଲେଜକୁ ୯ ଲକ୍ଷ ଟଙ୍କା ଦିଆଯିବ । ପ୍ରତି କଲେଜ କେଉଁ ପ୍ରକାର ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେସେ ନେଇ ପିଲା ନିଷ୍ପତି ନେବେ । ପିଲା ପରୀକ୍ଷା କୁ ଆଖି ଆଗରେ ରଖି ତାରିଖ ନିଷ୍ପତି ନେବେ । ପିଲା ଙ୍କ ଭୂମିକା, ମତାମତ କୁ ଗୁରୁତ୍ୱ ଦିଆଯିବ ।