ଭୁବନେଶ୍ଵର: ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା । ୧୦ ଉପସଭାପତି, ୪ ସା. ସମ୍ପାଦକ, ୧୦ ସମ୍ପାଦକଙ୍କ ନାଁ ଘୋଷଣା କଲା ବିଜେପି । ଉପସଭାପତି ତାଲିକାରେ ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ ରମେଶ ଚନ୍ଦ୍ର ସାହୁ, କେ ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର ପଣ୍ଡା ସିପ୍ରା ବାଜପେୟୀ, ସୁଦର୍ଶନ ଗୋୟଲ, ବିଷ୍ଣୁ ଦାସଙ୍କୁ ଦାୟିତ୍ବ ।
ସେହିପରି, ତାଲିକାରେ ବିରଞ୍ଚି ତ୍ରିପାଠୀ, ଶାରଦା ପ୍ରସାଦ ଶତପଥୀ ସୀମାଞ୍ଚଳ ଖଟେଇ, ପୂର୍ଣ୍ଣିମା ପ୍ରୀୟଦର୍ଶନୀ ନାୟକଙ୍କୁ ସା. ସମ୍ପାଦକ ଦାୟିତ୍ବ । ସମ୍ପାଦକରେ ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ ପ୍ରୀତି ପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଂସଦା ମମତା ସିଂ, ପୃଥ୍ବୀରାଜ ମହାପାତ୍ର, ସ୍ମିତା ପ୍ରଧାନଙ୍କୁ ଦାୟିତ୍ବ । ଏଥିସହ ଅଜୟ ଅଗ୍ରୱାଲ କୋଷାଧ୍ୟକ୍ଷ, ଦିବାକର ହରିଚନ୍ଦନଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି ।