ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଉପରେ ଗବେଷଣା କରି ପିଏଚଡି ହାସଲ କଲେ ଛାତ୍ରୀ

ରାଜସ୍ଥାନର ଛାତ୍ରୀ କୋମଳ ପ୍ରଜାପତ ଉଦୟପୁରରୁ ଭୂପାଳ ନୋବେଲସ ବିଶ୍ୱ ବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି

ପୁରୀ/ଜୟନ୍ତ କୁମାର ସେଠୀ: ରାଜସ୍ଥାନ ର ଜଣେ ଛାତ୍ରୀ ଆନ୍ତର୍ଜାତିକ ଖ୍ୟାତସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ଜୀବନ ଓ ତାଙ୍କ ବାଲୁକା କଳା ଉପରେ ଗବେଷଣା କରି ପିଏଚଡ଼ି ହାସଲ କରିଛନ୍ତି। ଛାତ୍ରୀ ଜଣକ ନେଇଛନ୍ତି କୋମଳ ପ୍ରଜାପତ। କୋମଳ ରାଜସ୍ଥାନ ର ଉଦୟପୁର ଭୂପାଲ ନୋବେଲସ ବିଶ୍ବ ବିଦ୍ୟାଳୟ ରୁ ପିଏଚଡ଼ି ହାସଲ କରିଛନ୍ତି। ନିଜ ଟୁଇଟର ଆକାଉଣ୍ଟ ରେ ଏହା ଟୁଇଟ କରି ସେ ଜଣାଇଛନ୍ତି। କୋମଳ ଜଣାଇଛନ୍ତି ସୁଦର୍ଶନ ପଟନାୟକ ଙ୍କ ଉପରେ ନିଜ ସନ୍ଦର୍ଭ ଲେଖି ସେ ବହୁତ୍ ଖୁସି।

ଏ ନେଇ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଏହା ଜାଣିବା ପରେ ସେ କୋମଳ ଙ୍କ ସହ କଥା ହୋଇଥିଲେ। ପୁର୍ବରୁ ଯେଉଁ ମାନେ ପିଏଚଡ଼ି କରୁଥିଲେ ସେମାନେ ବିଦଂଗତ ବ୍ୟକ୍ତି ଙ୍କ ଉପରେ କରୁଥିଲେ। କିନ୍ତୁ ପ୍ରଥମ ଥର ପାଈଁ କୋମଳ ଜଣେ ଜୀବନ୍ତ ବ୍ୟକ୍ତି ଙ୍କ ଜିବନଶୈଳୀ ଓ ବାଲୁକା ଚିତ୍ରକଳା ଉପରେ ପିଏଚଡ଼ି କରିଛନ୍ତି। ଏହା ମୋ ପାଈଁ ସୌଭାଗ୍ୟ ର ବିଷୟ। ଓଡ଼ିଶା ମାଟି ପାଇଁ ଏହା ଏକ ସ୍ଵତନ୍ତ୍ର ଉପହାର। ଏହି ଅବସରରେ ସୁଦର୍ଶନ ପଟନାୟକ କୋମଳ ଙ୍କ ଉଲ୍ଜ୍ୟୋଲ ଭବିଷ୍ୟତ କାମନା କରିଛନ୍ତି।