ଶ୍ରୀକାନ୍ତ ସାହୁଙ୍କୁ ମିଳିଲା ଶ୍ରମ ଓ  ନିୟୁକ୍ତି ତଥା ରାଜ୍ୟ ବୀମା ଦାୟିତ୍ୱ

ଭୁବନେଶ୍ୱର: ଶପଥ ଗ୍ରହଣ କରିଥିବା ନୂଆ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ନବୀନଙ୍କ ନବକଳେବର ଟିମରେ ସାମିଲ ହୋଇଛନ୍ତି କିଛି ଯୁବ ଚେହେରା । ସେଥି ମଧ୍ୟରେ ରହିଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦେଉଥିବା ନବୀନ ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ ଓ  ନିୟୁକ୍ତି ତଥା ରାଜ୍ୟ ବୀମା ଦାୟିତ୍ୱ ଦେଇଛନ୍ତି  । ତେବେ ଲୋକସେବା ଭବନର କନଭେକ୍ସ ହଲରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ  ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ  । ଶପଥ ପରେ ଖୁସି ବ୍ୟକ୍ତ କରିଛନ୍ତି ଶ୍ରୀକାନ୍ତ ।