ମୁମ୍ବାଇ: ମୁମ୍ବାଇର ୱାଙ୍ଖଡେରେ ମୁହାଁ ମୁହିଁ ହେବେ ଭାରତ – ଶ୍ରୀଲଙ୍କା । ଦୀର୍ଘ ୧୨ ବର୍ଷ ପରେ ଉଭୟ ଦଳ ଏହି ପଡିଆରେ ମୁକାବିଲା କରିବେ । ତେବେ ଏହି ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ ରଖିଛି ଭାରତୀୟ ଦଳ । ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚ ଖେଳି ସମସ୍ତ ମ୍ୟାଚ ଜିତି ବିଶ୍ୱକପରେ ଅପରାଜୟ ରହିଛି ଇଣ୍ଡିଆ । ତେବେ ଆଜିର ମ୍ୟାଚରେ ହାର୍ଦ୍ଦିକ ବିନା ପଡିଆକୁ ଓହ୍ଲାଇବ ଭାରିତୀୟ ଦଳ । ପୂର୍ବ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ଶହେ ରନରେ ହରାଇଥିବାରୁ ମନୋବଳ ଦୃଢ଼ ରହିଛି ଟିମ ଇଣ୍ଡିଆ । ଗତ ମ୍ୟାଚର ତ୍ରୁଟି ସୁଧାରି ବିରାଟଙ୍କ ପାଖରୁ ଆଉ ଗୋଟିଏ ବଡ଼ ଇନିଂସ ଆଶା ରଖିଛନ୍ତି କ୍ରିକେଟ ଫ୍ୟାନ୍ । କେ ଏଲ ରାହୁଲ, ଶ୍ରେୟସ ଓ ସୂର୍ୟ୍ୟକୁମାର ବି ଭଲ ଫର୍ମରେ ଅଛନ୍ତି । ବୋଲିଂରେ ମଧ୍ୟ କମାଲ କରୁଛନ୍ତି ଯଶପ୍ରୀତ ବୁମରାହ, ମହମ୍ମଦ ସାମିଲ ଓ ମହମ୍ମଦ ସିରାଜ । ସ୍ପିନ ଦାୟିତ୍ବ ତୁଲାଇବେ କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା । ଅନ୍ୟପଟେ ଶ୍ରୀଲଙ୍କା ସେମିଫାଇନାଲ୍ ରେସରେ ରହିବାକୁ ସଂଘର୍ଷ କରୁଛି । ବର୍ତ୍ତମାନ ସୁଦ୍ଧା ଖେଳିଥିବା ୬ଟି ମ୍ୟାଚରୁ ୨ଟି ବିଜୟ ଓ ୪ଟିରେ ହାରିଛି । ୪ ଫଏଣ୍ଟ ସହ ତାଲିକାର ୭ ନମ୍ବର ସ୍ଥାନରେ ରହିଛି ଶ୍ରୀଲଙ୍କା । ତେଣୁ ଆଜି ହାରିଲେ ଆହୁରି ପଛକୁ ଚାଲିଯବ ବୋଲି କୁହାଯାଉଛି ।