ଟି-୨୦ ବିଶ୍ୱକପରେ ସୁପର ୧୨ରେ ଶ୍ରୀଲଙ୍କା

ବ୍ୟୁରୋ :ଟି-୨୦ ବିଶ୍ୱକପ ତାଲିକାରେ ଶ୍ରୀଲଙ୍କା ସୁପର ୧୨ କୁ ପ୍ରବେଶ କରିଛି । ନେଦରଲ୍ୟାଣ୍ଡକୁ ହରାଇ ଶ୍ରୀଲଙ୍କ ସୁପର 12ରେ ତା ସ୍ଥାନ ପକ୍କା କରିଛି । ଆଜିର ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୧୬୨ ରନ କରିଥିଲା । ହେଲେ ନେଦରଲ୍ୟାଣ୍ଡ ସୀମିତ ଓଭରରେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରିପାରିନଥିଲା ଯାହା ଫଳରେ ଶ୍ରୀଲଙ୍କାକୁ ବିଜୟ ମିଳିଥିଲା ।