ସୋସିଆଲ ମିଡିଆ ଜରିଆରେ ଗୁପ୍ତଚର କାର୍ଯ୍ୟାକଳାପର ଚିଠା

ରିପୋର୍ଟର୍ସ ଟୁଡେ ; ଜ୍ୟୋତି ମାଲହୋତ୍ରାକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା । ତଦନ୍ତକାରୀ ସଂସ୍ଥା ଜ୍ୟୋତିଙ୍କୁ ଗିରଫ କରିବା ପରେ ଅନ୍ୟ ଗୁପ୍ତଚରଙ୍କ ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଜରିଆରେ ଗୁପ୍ତଚର କାର୍ଯ୍ୟାକଳାପର ଚିଠା ଆସିବା ବଢିବାରେ ଲାଗିଛି ଦ୍ୱନ୍ଦ । ଏବେ ଜ୍ୟୋତିଙ୍କ ପରେ ଆହୁରି ୧୦ ଜଣ ଗିରଫ ହେଲେଣି । ସମୁଦାୟ ଏବେ ୧୧ ଜଣ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛନ୍ତି । ମିଥ୍ୟା ପ୍ରତିଶ୍ରୁତି, ଆର୍ଥିକ ଲୋଭ, ସୋସିଆଲ ମିଡିଆ, ମେସେଜିଂ ଆପ୍ ପାକିସ୍ତାନ ଗସ୍ତ ଆଦି ଜରିଆରେ ଚାଲିଥିଲା ଗୁପ୍ତଚରୀ । ଏମାନଙ୍କ ବୟସ ୨୦ରୁ ୩୦ ବର୍ଷ ବୟସ ଯେତେବେଳେ ହୋଇଥିଲା, ସେତେବେ ଏମାନେ ସାମିଲ ହୋଇଥିଲେ । ଗିରଫଙ୍କ ମଧ୍ୟରେ ଅଛି ୩୨ ବର୍ଷ ବୟସ୍କା ଗଜଲା । ସେ ଜଣେ ବିଧବା । ପଞ୍ଜାବ ଗୁରୁଦାସପୁରରୁ ଗିରଫ ହୋଇଛି କରଣବୀର ସିଂ । ସେ ଆଇଏସଆଇକୁ ଅନେକ ସୂଚନା ପ୍ରଦାନ କରିଥିଲା ।ପାକିସ୍ତାନକୁ ଅନେକ ସୂଚନା ଦେଇଥିଲା ଗଜଲା । କସମେଟିକ୍ସ, ଲୁଗା, ମସଲାର ବେଆଇନ ବାଣିଜ୍ୟରେ ସମ୍ପୃକ୍ତ ଥିଲା ଶେହଜାଦ । ଅପରେସନ ସିନ୍ଦୂର ସମୟରେ ଗୁପ୍ତ ସୂଚନା ପ୍ରଦାନ କରୁଥିଲା ସୁଖପ୍ରୀତ ସିଂ । ଗୁରୁଦାସପୁରରୁ ଗିରଫ ହୋଇଥିଲା ସୁଖପ୍ରୀତ ସିଂ । ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜାମୁ ଓ କାଶ୍ମୀରର ବିଭିନ୍ନ ସାମରିକ ସ୍ଥଳ ସମ୍ପର୍କରେ ସୂଚନା ଦେଇଥିଲା ସୁଖପ୍ରୀତ ।