କଟକ: ପୁଣି ସ୍ଥଗିତ ହେଲା ସ୍ପେଶାଲ୍ OTET । ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ OTET ସ୍ଥଗିତ । OTET ସ୍ଥଗିତ ନେଇ ସୂଚନା ଜାରି କଲା BSE । ତେବେ ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି । ଖୁବ୍ ଶୀଘ୍ର OTET ହେବ ବୋଲି ଜଣାଇଛି ବୋର୍ଡ । କହିରଖୁଛୁ ଯେ, ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବରୁ ସ୍ଵତନ୍ତ୍ର OTET ପରୀକ୍ଷା ବାତିଲ୍ କରାଯାଇଥିଲା । ପରେ ପୁଣିଥରେ ଅଗଷ୍ଟ ୩୧ ତାରିଖରେ ପରୀକ୍ଷା ହେବା ନେଇ ଘୋଷଣା କରାଯାଇଥିଲା । ଅଗଷ୍ଟ ୨୨ରୁ ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ଏବଂ ଆସନ୍ତା ୩୧ ତାରିଖ ସକାଳ ୯ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପେପର୍ ଏବଂ ଦିନ ୨ଟାରୁ ସାଢେ ୪ଟା ଯାଏଁ ଦ୍ଵିତୀୟ ପେପର୍ ଓଟିଇଟି ପରୀକ୍ଷା ହେବା ନେଇ ଘୋଷଣା କରିଥିଲା ବୋର୍ଡ । କିନ୍ତୁ ଆଜି ପୁଣିଥରେ ଏହି ସ୍ଵତନ୍ତ୍ର ଓଟିଇଟି ପରୀକ୍ଷାକୁ ସ୍ଥଗିତ ରଖିଛି ବୋର୍ଡ । ବାରମ୍ବାର ପରୀକ୍ଷା ସ୍ଥଗିତ ରଖିବା ସହ ଆଶାୟୀ ମାନଙ୍କ ଭବିଷ୍ୟତ ଖେଳ ଖେଳାଯାଉଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ ।