ଭୁବନେଶ୍ଵର: ଆସନ୍ତା ୨୭ ତାରିଖରେ ହେବ ସ୍ପେଶାଲ୍ OTET । ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET । ସକାଳ ୯ଟାରୁ ୧୧.୩୦ ଯାଏଁ ପ୍ରଥମ ସିଟିଂ ଏବଂ ଦିନ ୨ଟାରୁ ଅପରାହ୍ମ ୪.୩୦ ଯାଏଁ ଦ୍ବିତୀୟ ସିଟିଂ ପରୀକ୍ଷା ହେବ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୭ରୁ ୱେବ୍ସାଇଟରେ ଉପଲବ୍ଧ ହେବ ଆଡ୍ମିଟ କାର୍ଡ । ତେବେ ପରୀକ୍ଷା କେନ୍ଦ୍ର ବଦଳି ନ ଥିବା ନେଇ BSEର ସୂଚନା ।
ସୂଚନା ଅନୁସାରେ, କହିରଖୁଛୁ ଯେ, ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବରୁ ସ୍ଵତନ୍ତ୍ର OTET ପରୀକ୍ଷା ବାତିଲ୍ କରାଯାଇଥିଲା । ପରେ ପୁଣିଥରେ ଅଗଷ୍ଟ ୩୧ ତାରିଖରେ ପରୀକ୍ଷା ହେବା ନେଇ ଘୋଷଣା କରାଯାଇଥିଲା । ଅଗଷ୍ଟ ୨୨ରୁ ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ ଏବଂ ଆସନ୍ତା ୩୧ ତାରିଖ ସକାଳ ୯ଟାରୁ ୧୧ଟା ୩୦ ଯାଏଁ ପ୍ରଥମ ପେପର୍ ଏବଂ ଦିନ ୨ଟାରୁ ସାଢେ ୪ଟା ଯାଏଁ ଦ୍ଵିତୀୟ ପେପର୍ ଓଟିଇଟି ପରୀକ୍ଷା ହେବା ନେଇ ଘୋଷଣା କରିଥିଲା ବୋର୍ଡ । କିନ୍ତୁ ଅନିବାର୍ଯ୍ୟ କାରଣ ପାଇଁ ପୁଣି ପରୀକ୍ଷା ସ୍ଥଗିତ ରଖିଥିଲା ବୋର୍ଡ ।