ଉଦଳା (ଦୀପକ ମିଶ୍ର ):ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ସ୍ତରୀୟ ଧୂମସା ମହୋତ୍ସବ ପ୍ରତ୍ୟେକ ବର୍ଷ ଉଦଳା ଠାରେ ସରକାରୀ ସ୍ତରରେ ଧୂମଧାମରେ ପାଳିତ ହୋଇଆସୁଥିଲା l ପ୍ରଶାସନ ପକ୍ଷରୁ ଏହି ମହୋତ୍ସବକୁ ସହଯୋଗ ନମିଳିବାରୁ ଆମେ ଭଞ୍ଜକଳାକାର ପକ୍ଷରୁ ଆଜି ଏକ ବିଚାର ବିମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା l କପ୍ତିପଦା ଉପଖଣ୍ଡରେ କଳା, ସଂସ୍କୃତି ଓ ଐତିହ୍ୟକୁ କିପରି ବଜାୟ ରଖିହେବ ବୈଠକରେ ଯୋଗ ଦେଇଥିବା ବୁଦ୍ଧି ଜୀବୀମାନେ ନିଜ ନିଜର ମତପ୍ରକାଶ କରିଥିଲେ l ପୂର୍ବରୁ ଉଦଳାରେ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ଅଧ୍ୟକ୍ଷତାରେ ଧୁମୁସା କମିଟିର ବୈଠକ ଅନୁଷ୍ଠିତ ସଭାଗୃହରେ ହୋଇ ଥିଲା । ଏଥିରେ ୨୦୧୯ର ଆୟ ,ବ୍ୟୟ ଓ ବଳକା ଅର୍ଥ ସମ୍ପର୍କରେ ଆଲୋଚନା ହୋଇ ଥିଲା । ଏହି ବ୍ୟୟ ବହୁଳ କାର୍ଯ୍ୟକ୍ରମ ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ଅର୍ଥ ଆଦାୟ ହୋଇ ଥାଏ । କିନ୍ତୁ ଚଳିତ ବର୍ଷର ଧୁମୁସା ପାଇଁ ସରକାରଙ୍କ ତରଫରୁ ଆଦାୟ ଅର୍ଥ ଠିକଭାବରେ ହୋଇ ପାରିବ ନାହିଁ ବୋଲି ପ୍ରଶାସନିକ ଅଧିକାରୀ ସୂଚନା ଦେଇଥିଲେ । ଆଜି ଉକ୍ତ ବୈଠକରେ ନିଷ୍ପତି ଅନୁଯାଇ ଏକ କୋର କମିଟି ଗଠିନ କରି ଧୂମସା ମହୋତ୍ସବ କିପରି ଧୂମଧାମରେ ପାଳିତ ହୋଇପାଇବ ତାହା ସ୍ଥିରୀକୃତ ହୋଇଥିଲା l ଏହି ବୈଠକରେ ଆମେ ଭଞ୍ଜ କଳାକାରର ସଭାପତି ପ୍ରସନ୍ନ ଦାସଙ୍କ ସଭାପତିତ୍ୱରେ ଏନ ଏ ସି ର ଅଧକ୍ଷା ପ୍ରମିଳା ପଣ୍ଡା, ଉପାଧ୍ୟାକ୍ଷା ଲିଲି ଭୋଳ, ବରିଷ୍ଠ ଶିକ୍ଷାବିତ ଦିଲ୍ଲୀପ କୁମାର ଦୀକ୍ଷିତ, ଆଇନଜୀବି ବସନ୍ତ ପରିଡା ଓ କପ୍ତିପଦା ଅଞ୍ଚଳର ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ ।