ଆସନ୍ତା ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ଅଯେଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଏଥିପାଇଁ ସମଗ୍ର ବିଶ୍ୱରେ ଉତ୍ସାହ ରହିଛି । ଏହାର ମଧ୍ୟରେ ମରିସସ ସରକାର ସ୍ୱତନ୍ତ୍ର ଛୁଟି ଘୋଷଣା କରିଛନ୍ତି । ଜାନୁଆରୀ ୨୨ ତାରିଖରେ ହିନ୍ଦୁ ଧର୍ମର ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଦୁଇ ଘଣ୍ଟା ଛୁଟି ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହି ସମୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ହେବାକୁ ଥିବା ସ୍ଥାନୀୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ।
ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଙ୍କ ନେତୃତ୍ୱରେ ମରିସସ କ୍ୟାବିନେଟ ପକ୍ଷରୁ ଅଫିସିଆଲ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ , ସୋମବାର ଜାନୁଆରୀ ୨୨ ଦିନ ଦିନ ୨ଟାରୁ ୨ଘଣ୍ଟା ବିଶେଷ ଛୁଟି ମିଳିବ । ଭାରତରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ହିନ୍ଦୁ ଧର୍ମର ଅଧିକାରୀ ମାନେ ୨ ଘଣ୍ଟା ପାଇଁ ଛୁଟିରେ ରହିପାରିବେ । ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବାରୁ ଏହା ଏକ ଐତିହାସିକ ଘଟଣା ବୋଲି ସେ କହିଛନ୍ତି ।