ଗାଙ୍ଗପୁର ଥାନାର ସବୁ କର୍ମଚାରୀ ଓ ଭଞ୍ଜନଗର ଏସଡିପିଓଙ୍କୁ ସମ୍ବର୍ଦ୍ଧିତ କଲେ ଗଞ୍ଜାମ ଏସ୍ପି

ହିଞ୍ଜିଳି: ଗଞ୍ଜାମ ପୋଲିସ ଜିଲ୍ଲା ଅଧିନ ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ସର୍ବଶେଷ୍ଠ ପୋଲିସ ଥାନା ଭାବରେ ପୁରସ୍କୃତ ହୋଇସାରିଛି । ଏନେଇ ଶନିବାର ଗଞ୍ଜାମ ଆରକ୍ଷୀ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଏସପି ବ୍ରିଜେଶ କୁମାର ରାୟ ଗାଙ୍ଗପୁର ପୋଲିସ ଟିମ୍ ଓ ଭଞ୍ଜନଗର ଏସଡିପିଓଙ୍କୁ ସମ୍ବର୍ଦ୍ଧନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଚଳିତ ମାସ ୯ ତାରିଖରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କଠାରୁ ଏହି ମର୍ୟାଦାଜନକ ପୁରସ୍କାର ପ୍ରଶଂସାପତ୍ର ଓ ଟ୍ରଫି ମିଳିଥିଲା । ଅପରାଧ ଓ ଅପରାଧି ଟ୍ରାକିଂ ବ୍ୟବସ୍ଥା ଉପରେ ଇ-ଶାସନର ୪୯ ପାରାମିଟର ଉପରେ ଦେଶର ଥାନାର ପ୍ରଦର୍ଶନକୁ ମୂଲ୍ୟାଙ୍କନ କରାଯାଇଥିଲା । ଏଥିରେ ଗଞ୍ଜାମ ପୋଲିସ ଜିଲ୍ଲାର ଗାଙ୍ଗପୁର ପୋଲିସ ଥାନା ଦ୍ବିତୀୟ ସ୍ଥାନରେ ରହିଥିଲା । ଅଳ୍ପ କିଛି ମାର୍କରୁ ୧ମ ସ୍ଥାନରୁ ବଂଚିତ ହୋଇଥିବା ଥାନା ଅଧିକାରୀ ଧିରେଶ କୁମାର ଦାଶ କହିଥିଲେ । ପ୍ରଥମ ସ୍ଥାନ ନୂଆଦିଲ୍ଲୀର ସଦର ବଜାର ରହିଥିଲା । ଏଥିସହ ଗଞ୍ଜାମ ପୋଲିସ ଜିଲ୍ଲାର ୧୪ଜଣ ପୋଲିସ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସେବା ଓ ଅବଦାନ ପାଇଁ ସମ୍ବର୍ଦ୍ଦିତ କରିଥିଲେ ।