ନୂଆ ଭାରିଆଣ୍ଟର ସଜା ଭୋଗୁଛି ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ‘ଓମିକ୍ରୋନ’ଭାରିଆଣ୍ଟ ଚିହ୍ନଟ ହେବା ପରେ ୟୁକେ ଏବଂ ଆମେରିକା ସମେତ ଅନ୍ୟାନ ଦେଶମାନେ ଏବେ ଦକ୍ଷିଣ ଆଫ୍ରିକା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ନେଇ ଦ.ଆଫ୍ରିକା କହିଛି ଯେ,ଖୁବଶୀଘ୍ର ନୁଆ ଭାରିଆଣ୍ଟକୁ ସାମ୍ନାକୁ ଆଣିବାର ଦଣ୍ଡ ଦେଉଛନ୍ତି ସମସ୍ତେ । ନୂଆ କରୋନା ଭାରିଆଣ୍ଟ ତାର ପ୍ରକୋପ ବଢାଇ ଚାଲିଥିବା ବେଳେ,କିଛି ଦେଶ ଦ.ଆଫ୍ରିକା ଉପରେ ରୋକ ଲଗାଇଛନ୍ତି । ସେଠାରୁ ଆସୁଥିବା ଉଡାଣ ଉପରେ କଟକଣା ଲାଗିଥିବା ବେଳେ କିଛି ଦେଶରେ ସେଠାରୁ ଆସୁଥିବା ଲୋକମାନଙ୍କ ଉପରେ କ୍ୱାରେଣ୍ଟାଇନ ନିୟମକୁ କଡାକଡି କରାଯାଇଛି । ଏଥିପାଇଁ ଦ.ଆଫ୍ରିକା ନିଜର କ୍ଷୋଭ ପ୍ରକାଶ କରିଛି ।କୋଭିଡ-୧୯ର ନୂଆ ପ୍ରକାର ଈ.୧.୧୫୨୯ ବର୍ତମାନ ଦକ୍ଷିଣ ଆଫ୍ରିକାରେ ମିଳିଛି । ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଚିନ୍ତାଜନକ ଦର୍ଶାଇଛନ୍ତି ।ଏହାକୁ ‘ଓମିକ୍ରୋନ’ କୁହାଯାଉଛି । ମିଳିଥିବା ସୂଚନା ମୂତାବକ ଏହା ଅନ୍ୟ ଭାରିଆଣ୍ଟଠାରୁ ବେଶୀ ସଂକ୍ରମକ ବୋଲି ଜଣାଯାଇଛି ।