୨ୟ ଡୋଜ୍‌ ନେଇଥିବା ନାଗରିକ ହିଁ ଲୋକଲ ଟ୍ରେନ୍‌ର ଉପଭୋଗ କରିପାରିବେ

ମହାରାଷ୍ଟ୍ର ସରକାର ଆସନ୍ତା ୧-୨ଦିନରେ ଏକ ମୋବାଇଲ୍‌ ଆପ୍‌ ଆଣିବ । ଏଥିରେ ଲୋକଲ ଟ୍ରେନ୍‌ର ପାସେଞ୍ଜରକୁ ରେଳ ଟିକେଟ୍‌ ଓ ପାସ୍ ପାଇବାରେ ସହଜ ହେବ ।

(ମୁମ୍ବାଇ): ମହାରାଷ୍ଟ୍ର ସରକାର ଆସନ୍ତା ୧-୨ଦିନରେ ଏକ ମୋବାଇଲ୍‌ ଆପ୍‌ ଆଣିବ । ଏଥିରେ ଲୋକଲ ଟ୍ରେନ୍‌ର ପାସେଞ୍ଜରକୁ ରେଳ ଟିକେଟ୍‌ ଓ ପାସ୍ ପାଇବାରେ ସହଜ ହେବ । ସରକାରୀ ସୂତ୍ରାନୁସାରେ, ଏହି ମୋବାଇଲ୍‌ ଆପ୍ ଆସିବା ପରେ ଲୋକାଲ ଟ୍ରେନ୍‌ ଯାତ୍ରୀଙ୍କୁ ନିଜର ଡିଟେଲ୍‌ ଏହି ଆପ୍‌ରେ ଦେବାକୁ ହେବ । ଯାତ୍ରୀଙ୍କୁ ଭାକ୍ସିନେସନ ସାର୍ଟିଫିକେଟ୍‌ ମଧ୍ୟ ଏହି ଆପ୍‌ରେ ଦେବାକୁ ହେବ । ଏହାପରେ କୌଣସି ବି ଯାତ୍ରୀଙ୍କୁ ଅନ୍‌ଲାଇନ୍‌ ଟିକେଟ୍‌ ଉପଲବ୍ଧ ହୋଇପାରେ । ଅର୍ଥାତ୍‌ ଯଦି କୌଣସି ଯାତ୍ରୀ ଭାକ୍ସିନ୍‌ ନେଇ ନାହାନ୍ତି ତ ତାଙ୍କୁ ଟିକେଟ୍‌ ମିଳିବ ନାହିଁ ।

ସୂଚନାନୁଯାୟୀ , ରାଜ୍ୟ ସରକାର ନିଜର ଆଦେଶରେ କହିଛନ୍ତି , ଏମିତି ନାଗରିକ, ଯେଉଁମାନେ ଭାକ୍ସିନ୍‌ର ଉଭୟ ଡୋଜ୍‌ ନେଇ ସାରିଛନ୍ତି ଏବଂ ୨ୟ ଡୋଜ୍‌ ପାଇଁ ୧୪ ଦିନ ପୂରା ହୋଇ ସାରିଛି , କେବଳ ସେହି ଲୋକ ଟ୍ରେନ୍‌ରେ ସଫର କରି ପାରିବେ । ଏହା ପୂର୍ବରୁ ଆବଶ୍ୟକ ସେବା କ୍ଷେତ୍ର ଓ ସରକାରୀ କର୍ମଚାରୀଙ୍କୁ ହଁ ମୁମ୍ୱାଇ ଲୋକଲ ଟ୍ରେନ୍‌ରେ ଅନୁମତି ମିଳୁଥିଲା ।