ମାଲକାନଗିରି-: ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ ବାଟାଲିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ ଜାରି ରହିଥିଲା । ସର୍ଚ୍ଚ ଅପରେସନ୍ ବେଳେ ମାଓ ଡ଼ମ୍ପ ଉଦ୍ଧାର କରିଥିଲେ ଯବାନ । ଏହି ଡ଼ମ୍ପରୁ ୨ଟି ଟିଫିନ ବୋମା,ବିଦ୍ୟୁତ ତାର ,ପ୍ଲାଷ୍ଟିକ ଡ୍ରମ,ଅକ୍ସିଜେନ ସିଲିଣ୍ଡେର ଇତ୍ୟାଦି ଉଦ୍ଧାର କରିଛନ୍ତି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଜଙ୍ଗଲରେ ଏଭଳି ଡ଼ମ୍ପ କରି ଅସ୍ତ୍ରଶସ୍ତ୍ର,ବିସ୍ଫରକ ଲୁଚାଇ ରଖିଥିବା ଜଣା ପଡିଛି ।
ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ଥିବା ଗୋରାସେତୁ ଓ ଯୋଡାମ୍ବ ବିଏସ୍ଏଫ୍ ଟିମ୍କୁ ବଡ଼ ସଫଳତା ମିଳିଛି । ସ୍ବାଭିମାନ ଅଂଚଳର ପଣସପୁଟ ପଂଚାୟତର କେନ୍ଦୁଗୁଡ଼ା ଏବଂ ସଲଗାଓଁପୁଟ ଜଙ୍ଗଲରେ ନକ୍ସଲ କରିଥିବା ମାଓ ଡ଼ମ୍ପ ବିଏସ୍ଏଫ୍ ତରଫରୁ ଉଦ୍ଧାର କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ସ୍ବାଭିମାନ ଅଂଚଳର ଗୋରସେତୁ ଏବଂ ଯୋଡମ୍ବ ଠାରେ ରହିଥିବା ୧୭୭ ବିଏସ୍ଏଫ୍ ବାଟାଲିୟନ ତରଫରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନ୍ ବେଳେ ଯବାନ୍ ଜଙ୍ଗଲରୁ ମାଓ ଡ଼ମ୍ପ ଉଦ୍ଧାର କରିଥିଲେ । ଏହି ଡ଼ମ୍ପରୁ ୨ଟି ଟିଫିନ ବୋମା, ବିଦ୍ୟୁତ ତାର, ପ୍ଲାଷ୍ଟିକ ଡ୍ରମ୍, ଅକ୍ସିଜେନ ସିଲିଣ୍ଡର ଇତ୍ୟାଦି ଉଦ୍ଧାର କରିଥିଲେ ।
ଉଦ୍ଧାର ହୋଇଥିବା ବୋମାକୁ ବୋମା ନିଷ୍କ୍ରିୟ ଦଳ ଘଟଣାସ୍ଥଳରେ ପହଞ୍ଚି ନିଷ୍କ୍ରିୟ କରିଥିଲେ । ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଜଙ୍ଗଲରେ ଏଭଳି ଡ଼ମ୍ପ କରି ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଲୁଚାଇ ରଖିଥିବା କୁହାଯାଇଛି । ତେବେ ଲଗାତାର ବିଏସ୍ଏଫ୍ ଯବାନଙ୍କ କମ୍ବିଂ ଯୋଗୁଁ ନକ୍ସଲଙ୍କ ଗତିବିଧି ବି କମିଛି । ସମଗ୍ର ଜିଲ୍ଲାକୁ ବିଏସ୍ଏଫ୍ ଯବାନ ଘେରି ରହିଥିବାରୁ ନକ୍ସଲ ହିଂସା ଘଟାଇବାରେ ସଫଳ ହୋଇପାରୁନାହାନ୍ତି ।