ବିଷାକ୍ତ ସାପ ଦଂଶନ ପରେ ଗୁଣିଆ ନିକଟରେ କରୁଥିଲେ ଚିକିତ୍ସା ଚାଷୀ ହେଲେ ଗୁରୁତର

ଟାଙ୍ଗି :(ରାକେଶ ଜଗଦେବ) ବିଷାକ୍ତ ତମ୍ପ ସାପ ଦଂଶନରେ ବୃଦ୍ଧ ଚାଷୀ ଗୁରୁତର। ଗୁରୁତର ଅବସ୍ଥାରେ ବୃଦ୍ଧ ଉଦ୍ଧାର। ପରେ ଚିକିତ୍ସା ପାଇଁ ଗୁଣିଆ ନିକଟରେ ଗୁରୁତର ଚାଷୀଙ୍କୁ ଚିକିତ୍ସା କରାଇଲେ ପରିବାର ଲୋକେ। ତେବେ ଅଧିକରୁ ଅଧିକ ଗୁରୁତର ହୋଇ ପଡିବାରୁ ଚାଷୀଙ୍କୁ ପରିବାର ଲୋକେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁତର ହୋଇଥିବା ଚାଷୀଙ୍କର ନାମ ସୁଦାମ ନାୟକ ବୟସ 65 ବର୍ଷ ତାଙ୍କ ଘର ରଣପୁର ବ୍ଲକ କଦମ ଝୋଲା ଗ୍ରାମରେ ବୋଲି ଜଣା ପଡିଛି। ଚାଷୀ ସୁଦାମ ଆଜି ସକାଳେ ବିଲରେ କାମ କରୁଥିବା ବେଳେ ହଠାତ ଏକ ବିଷାକ୍ତ ତମ୍ପ ସାପ ସୁଦାମ କୁ ଗୋଡ଼ାଇ ଗୋଡ଼ାଇ ଚୋଟ ମାରିଥିଲା। ଫଳରେ ସୁଦାମ ଗୁରୁତର ହୋଇ ପଡ଼ିଥିଲେ। ସୁଦାମ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି। ତେବେ ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା ସତ୍ୟରଞ୍ଜନ ନନ୍ଦ କରିଛନ୍ତି ଯେ କୌଣସି ସାପ କାମୁଡ଼ିଲେ ତୁରନ୍ତ ନିକଟସ୍ଥ ସରକାରୀ ମେଡିକାଲକୁ ଯାଆନ୍ତୁ। କୌଣସି ଗୁଣି ଗାରେଡିରେ ବିଶ୍ୱାସ କରନ୍ତୁ ନାହିଁ। ଫଳରେ ଅମୁଲ୍ୟ ଜୀବନ ରକ୍ଷା ହୋଇ ପାରିବ।