ମୁମ୍ବାଇ: ଗାୟକ ପଲାଶ ମୁଛଲ ଏବଂ କ୍ରିକେଟର ସ୍ମୃତି ମନ୍ଧାନା ନଭେମ୍ବର ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ । କିନ୍ତୁ, ସେମାନଙ୍କ ବିବାହ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ପଲାଶଙ୍କ ଉପରେ ପ୍ରତାରଣାର ମଧ୍ୟ ଅଭିଯୋଗ ଆସିଥିଲା। ଏହି ସମୟରେ, ଦମ୍ପତିଙ୍କ ବିବାହକୁ ନେଇ ଏକ ନୂତନ ରିପୋର୍ଟ ସାମ୍ନାକୁ ଆସୁଛି। ସ୍ମୃତି ଏବଂ ପଲାଶଙ୍କ ନୂତନ ବିବାହ ତାରିଖ ଭାଇରାଲ ହେବାରେ ଲାଗିଛି। ସ୍ମୃତିଙ୍କ ଭାଇ ଶ୍ରବଣ ମନ୍ଧାନା ମଧ୍ୟ ଏହି ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ପଳାଶ ମୁଛଲ ଏବଂ ସ୍ମୃତି ମନ୍ଧାନାଙ୍କ ନୂତନ ବିବାହ ତାରିଖ ସାମ୍ନାକୁ ଆସୁଛି। ଅନେକ ପୋଷ୍ଟରେ ଦାବି କରାଯାଇଛି ଯେ ଏହି ଦମ୍ପତି ଡିସେମ୍ବର ୭ ତାରିଖରେ ବିବାହ କରିବେ। କିନ୍ତୁ ପଳାଶ କିମ୍ବା ସ୍ମୃତି ଏପର୍ଯ୍ୟନ୍ତ ସେମାନଙ୍କ ବିବାହ ବିଷୟରେ କିଛି କହି ନାହାଁନ୍ତି କିମ୍ବା ନୂତନ ବିବାହ ତାରିଖ ଘୋଷଣା କରିନାହାଁନ୍ତି।

ରିପୋର୍ଟ ଅନୁସାରେ, ଭାଇ ଶ୍ରବଣ ମନ୍ଧାନା ସ୍ମୃତି ମନ୍ଧାନା ଏବଂ ପଲାଶ ମୁଛଲଙ୍କ ନୂତନ ବିବାହ ତାରିଖକୁ ଗୁଜବ ବୋଲି କହି ଖାରଜ କରିଦେଇଛନ୍ତି। ସେ କହିଛନ୍ତି, “ଏହି ଗୁଜବ ବିଷୟରେ ମୋ ପାଖରେ କୌଣସି ସୂଚନା ନାହିଁ। ବର୍ତ୍ତମାନ ପାଇଁ, ବିବାହ ସ୍ଥଗିତ ରଖାଯାଇଛି।” ଆପଣଙ୍କୁ କହି ରଖୁଛୁ ଯେ ୨୩ ନଭେମ୍ବର ରାତିରେ ସ୍ମୃତି ମନ୍ଧାନାଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ, ଯେଁଥିପାଇଁ ଉଭୟଙ୍କ ବିବାହ ସ୍ଥଗିତ ରଖାଯାଇଥିଲା। ପଲାଶଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥିଲା, ଯେଉଁଥିପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶୁଣାଯାଉଥିଲା ଯେ, ପଲାଶଙ୍କର ଜଣେ କୋରିଓଗ୍ରାଫରଙ୍କ ସହ ସମ୍ପର୍କ ଥିଲା, ଏବଂ ଏହା ବିବାହ ସ୍ଥଗିତ ହେବାର ପ୍ରକୃତ କାରଣ ଥିଲା। ତେବେ ସ୍ମୃତି କିମ୍ବା ପଳାଶ ଏହି ଗୁଜବ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ସ୍ମୃତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ସମସ୍ତ ବିବାହ ପୋଷ୍ଟ ଡିଲିଟ୍ କରିଦେଇଥିଲେ, ଯାହା ପଲାଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଗୁଜବକୁ ଆହୁରି ଜୋର ଦେଇଥିଲା।