ବିବେକ ଏକ୍ସପ୍ରେସରୁ ବାହାରିଲା ଧୂଆଁ

ବ୍ରହ୍ମପୁର: ଟ୍ରେନରୁ ବାହାରିଲା ଧୂଆଁ । ବିବରୁଗଡା କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଛି । ଧୂଆଁ ଦେଖି ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ । ଟ୍ରେନର ବ୍ରେକ୍ ପାଖରେ କିଛି ଅଖା ଲାଗି ଯାଇଥିଲା । ଯେଉଁଥି ପାଇଁ ଟ୍ରେନରୁ ଧୂଆଁ ବାହାରୁଥିଲା । ଟ୍ରେନକୁ ବ୍ରହ୍ମପୁର ରେଳ ଷ୍ଟେସନକୁ ନିଆଯାଇଥିଲା । ଯାଞ୍ଚ ପରେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ।