ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦର ରୌପ୍ୟ ଜୟନ୍ତୀ ପାଳିତ

ଚାନ୍ଦବାଲିରେ ଧୁମଧାମରେ ପାଳିତ ହେଉଛି ଶ୍ରୀକୃଷ୍ଣ ପୂଜା , ସନ୍ଧ୍ୟା ହେଲେ ଜମୁଛି ଭିଡ଼ । ଇତି ମଧ୍ୟରେ ଶ୍ରୀକୃଷ୍ଣଙ୍କ ପୂଜାକୁ ପୁରିଛି ୨୫ ବର୍ଷ । ଗତକାଲି ସନ୍ଧ୍ୟାରେ ଶ୍ରୀକୃଷ୍ଣ ସାଂସ୍କୃତିକ ପରିଷଦ ତରଫରୁ ରୌପ୍ୟ ଜୟନ୍ତୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ବ୍ରଜ ସୁନ୍ଦର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଚାନ୍ଦବାଲି ତହସିଲଦାର ଭାବତୋଷ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀକୃଷ୍ଣ ସଂସ୍କୃତିକ ପରିଷଦର ସମାଜ ମଙ୍ଗଳ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଭିନ୍ନ ସମୟ ଉକ୍ତ ପରିଷଦ ପକ୍ଷରୁ ଵୃକ୍ଷରୋପଣ ,ରକ୍ତଦାନ ଶିବିର ଆଦି ଆୟୋଜନ କରାଯାଇଥାଏ । ବହୁ ବାଧାବିଘ୍ନ ଦେଇ ଗତି କରୁଥିବା ଶ୍ରୀକୃଷ୍ଣ ସଂସ୍କୃତିକ ପରିଷଦ ଆଜି ୨୫ ବର୍ଷରେ ପଦାର୍ପଣ କରିଛି ,ଏଥିପାଇଁ ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ସଭାପତି ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ  ଚାନ୍ଦବାଲି ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ କୃତ୍ରିତ୍ୱ ଅର୍ଜନ କରିଥିବା  ବ୍ୟକ୍ତି ଵିଶେଷ ମାନଙ୍କୁ ଅତିଥି ମାନେ ସମ୍ଭର୍ଦ୍ଧିତ କରିଥିଲେ ।