କଟକ: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବରର କୁଳଗାଁଇଶାଳୋ ଠାରେ ଥିବା ଶ୍ରୀ ଶ୍ରୀ ଲାଲବାବା ପୀଠରେ ରୌପ୍ୟ ଜୟନ୍ତୀ ପାଳନ। ୯ ଦିନ ବ୍ୟାପୀ ଏଠାରେ ଶ୍ରୀ ଶ୍ରୀ ହନୁମତ୍ ପଞ୍ଚ କୁଣ୍ଡୀୟ ମହାଯଜ୍ଞ, ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ, ପ୍ରବଚନ ଞ୍ଜାନଯଜ୍ଞ, ସାଧୁସନ୍ଥ ସମ୍ମିଳନୀ ଓ ନବଦିନ ବ୍ୟାପି ଅଖଣ୍ଡ ନାମ ଯଜ୍ଞ ଚାଲୁଅଛି। ଏହି ଉତ୍ସବର ୪ର୍ଥ ଦିବସରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିବା ବେଳେ ୫ମ ଦିବସ ତଥା ଶ୍ରୀରାମ ଜନ୍ମ ଦିବସରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସୋଭନ୍ କର, ପୂର୍ବତନ କଂଗ୍ରେସ ସଂପାଦକ ପ୍ରଦୀପ୍ତ କୁମାର ଦାସ ଯୋଗ ଦେଇଥିଲେ। ଏହି ମହୋତ୍ସବରେ ଓରମାସ ପକ୍ଷରୁ ବିଭିନ୍ନ ଷ୍ଟଲ୍ ମାନ ଖୋଲା ଯାଇଛି। ପ୍ରତ୍ୟେକ ଦିନ ସଂଧ୍ୟାରେ ଏହି ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି।