ବ୍ୟୁରୋ : ନାବାଳିକାକୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗର ସିଲିଗୁରିର ଏକ କୋର୍ଟରେ ଏମଡି ଅବାସ ନାମକ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛି । ଗତ ବର୍ଷ ଘଟିଥିବା ଏହି ଜଂଘନ୍ୟ କାଣ୍ଡରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । ଘଟଣାର ତଦନ୍ତ କରି ପୁଙ୍ଖାନୁପୁଙ୍ଖ ଆଇନଗତ ପ୍ରକ୍ରିୟା ପରେ ଅତିରିକ୍ତ ଜିଲ୍ଲା ତଥା ଅଧିବେଶନ ବିଚାରପତି ଅନୀତା ମେହେରୋତ୍ରା ମଥୁର ଏହି ରାୟ ପ୍ରଦାନ କରିଛନ୍ତି।
ଏହି ଦୁଃଖଦ ଘଟଣା 21 ଅଗଷ୍ଟ 2023 ରେ ଘଟିଥିଲା । ଜଣେ ଯୁବତୀ ସ୍କୁଲ ଯିବା ସମୟରେ ମାଟିଗାରା ପୋଲିସ ଷ୍ଟେସନ ଅଧୀନରେ ଥିବା ଏକ ବିଚ୍ଛିନ୍ନ ଅଞ୍ଚଳରେ ତାଙ୍କୁ ଅତି ନିର୍ମମ ଭାବେ ବଳାତ୍କାର କରାଯାଇ ହତ୍ୟା କରାଯାଇଥିଲା। ଘଟଣାର ଗମ୍ଭୀରତାକୁ ବୁଝି ତତ୍ପର ହୋଇଉଠିଥିଲେ ସ୍ଥାନୀୟ ପୋଲିସ । ଅପରାଧର ୬ ଘଣ୍ଟା ମଧ୍ୟରେ ଧରାପଡିଥିଲା ଅଭିଯୁକ୍ତ । ପବ୍ଲିକ ଓକିଲ ବିଭାସ୍ ଚାଟାର୍ଜୀ ମୃତ୍ୟୁଦଣ୍ଡର ଯୁକ୍ତି ଦର୍ଶାଇ ଅପରାଧର ଗମ୍ଭୀରତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଦର୍ଶାଇଛନ୍ତି ଯେ ଏହି ମାମଲାରେ ଧାରା 302 (ହତ୍ୟା) ଏବଂ ପୋସ୍କୋ ଅଧିନିୟମର ଧାରା 6 ଅନ୍ତର୍ଭୁକ୍ତ, ଯେଉଁ ନିୟମ ଅନୁସାରେ ସର୍ବାଧିକ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ଚାଟାର୍ଜୀ ତାଙ୍କ ମାମଲାକୁ “ସବୁଠାରୁ ବିରଳ” ଉଦାହରଣ ଭାବରେ ଉପସ୍ଥାପନ କରିଥିଲେ। ଯାହା ଦ୍ୱାରା ଶୁଣାଣି ସମୟରେ ଦେଢ଼ ଘଣ୍ଟା ଧରି ମୃତ୍ୟୁ ଦଣ୍ଡ ଉପରେ ଗୁରୁତ୍ୱ ଦିଆଯାଇଥିଲା। ୩୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବିଚାରକୁ ବିଚାର କରିବା ପରେ ବିଚାରପତି ଅନୀତା ମେହୋତ୍ରା ମଥୁରଙ୍କ ରାୟ ଆସିଛି।