ବ୍ରହ୍ମପୁର: ପୋଲିସ୍ SI ପରୀକ୍ଷାରେ ମହାଘୋଟାଲାର ଖୋଲୁଛି ଗୁମର । ଶଙ୍କର ପରେ ମୁନା ମହାନ୍ତିର କଳା ସାମ୍ରାଜ୍ୟର କାହାଣୀ ଖୋଲୁଛି । ନୟାଗଡ଼ ଯାଏଁ ଲମ୍ବିଛି ସ୍କାମର ଲିଙ୍କ୍ । ସ୍କାମ ଟଙ୍କାରେ କିଣା ହେଇଛି ଚୋରା ବାଲି ଚାଲାଣ ଟିପର୍ । ସେପଟେ SI ପରୀକ୍ଷା ଘୋଟାଲାରେ ମୋଷ୍ଟ ୱାଣ୍ଟେଡ୍ ଦଲାଲ ମୁନା ମହାନ୍ତି ଗିରଫ ହୋଇଛି । ଦଶପଲ୍ଲା ନିକଟରୁ ମୁନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ମୁନାର ଅନ୍ୟତମ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ମଧ୍ୟ ଗିରଫ । ମୁନା ଓ ରିଙ୍କୁ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ମିଳିଛି । ୩ ଜଣଙ୍କୁ ଗିରଫ ପରେ ବ୍ରହ୍ମପୁର ନିଆଯାଇଥିବା ନେଇ ଜଣାପଡିଛି ।

ଅନ୍ୟପଟେ ବ୍ରହ୍ମପୁର କୋର୍ଟରେ ଥିବା ମାମଲା ଏବେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଯାଇଛି। ଗିରଫ ୧୧୯ ଜଣଙ୍କ ମଧ୍ୟରୁ ୧୧୩ ଜଣ ଜାମିନ୍ ଆବେଦନ କରିଛନ୍ତି। ଆଜି ଶୁଣାଣୀରେ ମାମଲାର କେସଡାଏରୀ ଓ ସମସ୍ତ ଦସ୍ତାବିଜ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହେଲେ ଠକେଇ ଶିକାର କିମ୍ବା ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ଅସଲ ସତ ଖୋଲିବ କେମିତି ତାହା ଏବେ ବଡ଼ ପ୍ରଶ୍ନ।