ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ରାମ ନବମୀ ମହା ସମାରୋହରେ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସହ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ରାମ ନବମୀ ମହା ସମାରୋହରେ ପାଳିତ ହୋଇ ଯାଇଛି।ସହରର ବଜାର ଛକ ଠାରେ ଥିବା ଶ୍ରୀରାମ ମନ୍ଦିର, ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ଶ୍ରୀ ରାମ ମନ୍ଦିର ରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତ ମାନେ ସକାଳୁ ନଡ଼ିଆ କଦଳୀ ଧୂପ ଦୀପ ଧରି ମନ୍ଦିରରେ ପୂଜାର୍ଚ୍ଚନା କରି ନିଜର ମନସ୍କାମନା ଠାକୁରଙ୍କୁ ଜଣାଇଥିଲେ।ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।