ହ୍ୟାକ୍ ହେଲା ପ୍ରସିଦ୍ଧ ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ…

ହ୍ୟାକ୍ ହେଲା ପ୍ରସିଦ୍ଧ ଗାୟିକା ଶ୍ରେୟା ଘୋଷାଲଙ୍କ ଏକ୍ସ ଆକାଉଣ୍ଟ । ଏନେଇ ଶନିବାର ଶ୍ରେୟା ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ଶ୍ରେୟା ଲେଖିଛନ୍ତି, “ନମସ୍କାର ପ୍ରଶଂସକ ଏବଂ ବନ୍ଧୁଗଣ। ମୋ ଏକ୍ସ ଆକାଉଣ୍ଟ ଫେବୃଆରୀ ୧୩ ତାରିଖରୁ ହ୍ୟାକ୍ ହୋଇଛି। ମୁଁ ଯଥାସମ୍ଭବ ଢଙ୍କ ଦଳ ସହିତ କଥା ହେବାକୁ ଚେଷ୍ଟା କରିଥିଲି, କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ। କେବଳ ସ୍ୱୟଂଚାଳିତ ଭାବରେ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାଗୁଡ଼ିକ ଗ୍ରହଣ କରାଯାଉଛି। ମୁଁ ମୋ ଆକାଉଣ୍ଟକୁ ଡିଲିଟ୍ ମଧ୍ୟ କରିପାରୁନାହିଁ କାରଣ ମୁଁ ମୋ ଆକାଉଣ୍ଟରେ ଲଗଇନ୍ କରିପାରୁନାହିଁ।”


ଶ୍ରେୟା ପ୍ରଶଂସକମାନଙ୍କୁ ଆହୁରି ସତର୍କ କରାଇ ଲେଖିଛନ୍ତି, “ଯଦି ଆପଣ ସେହି ଆକାଉଣ୍ଟରୁ କୌଣସି ମେସେଜ୍ ପାଆନ୍ତି, ତେବେ କୌଣସି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ। ସେଗୁଡ଼ିକ ସ୍ପାମ୍-ଫିସିଂ ଲିଙ୍କ୍। ଯଦି ମୋ ଆକାଉଣ୍ଟ ପୁନରୁଦ୍ଧାର ହୁଏ, ତେବେ ମୁଁ ଏକ ଭିଡିଓ ସେୟାର କରି ଆପଣମାନଙ୍କୁ ସମସ୍ତଙ୍କୁ ଅପଡେଟ୍ କରିବି।”

୧୩ ଫେବୃଆରୀରେ ଶ୍ରେୟାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ଅର୍ଥାତ୍ ୧୫ ଦିନରୁ ଅଧିକ ସମୟ ହୋଇଗଲାଣି। ଢ ରେ ତାଙ୍କର ବହୁତ ଭଲ ଫ୍ୟାନ୍ ଫଲୋଇଂ ଅଛି। ତାଙ୍କୁ ୬.୯ ନିୟୁତ ଲୋକ ଅନୁସରଣ କରନ୍ତି। ଶ୍ରେୟା ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହୁଥିଲେ, କିନ୍ତୁ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଥିଲା। ଇନଷ୍ଟାଗ୍ରାମରେ ତାଙ୍କର ଫ୍ୟାନ ଫଲୋଇଂ ମଧ୍ୟ ବହୁତ ପ୍ରବଳ। ତାଙ୍କୁ ଇନଷ୍ଟାଗ୍ରାମରେ ୩୨ ନିୟୁତ ଲୋକ ଫଲୋ କରନ୍ତି।