ସୋସିଆଲ୍‌ ମିଡିଆରେ ବିଜେଡିକୁ ପୁଣି ଥରେ ପରୋକ୍ଷ ନିଶାନା କଲେ ଶ୍ରୀମୟୀ

Shreemayee slams BJD: ସୋସିଆଲ୍‌ ମିଡିଆରେ ବିଜେଡିକୁ ପୁଣି ଥରେ ପରୋକ୍ଷ ନିଶାନା କଲେ ଶ୍ରୀମୟୀ । ହୁତୁହୁତୁ ହୋଇ ଜଳିବା ଆରମ୍ଭ କଲାଣି ବିପ୍ଲବର ବହ୍ନି । ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ । ଖାଲି କଣ ସେହିମାନଙ୍କୁ ମିଳିବ ଆରିସା, ଯେଉଁମାନେ ଜପିବେ ତାମିଲ ଚାଳିଶା । ନୂଆପଡ଼ା ଭୋଟ୍‌ ସରିବା ଯାଏଁ ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର । ଆମେରିକା ଗସ୍ତରେ ମିଛ ପ୍ରଚାର କରୁଥିଲେ ତାଙ୍କ ଚାଟୁକାର । ଭଣ୍ଡଙ୍କ ପାଇଁ କଲେଣି ଫନ୍ଦିଫିକର, କେଜାଣି ଦଳକୁ ଲାଗିଲା କାହା ନଜର ବୋଲି କବିତା ଲେଖି ପରୋକ୍ଷରେ ବିରୋଧି ଦଳକୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ।

ହୁତୁହୁତୁ ହୋଇ ଜଳିବା ଆରମ୍ଭ ହେଲାଣି ବିପ୍ଳବର ବହ୍ନି।
ହାରିଲ ତ ନିର୍ବାଚନ, ଆଉ କେତେ କାହାକୁ କରିବ ନିଲମ୍ବନ।
ଖାଲି କ’ଣ ସେହିମାନଙ୍କୁ ମିଳିବ ଆରିସା
ଯେଉଁମାନେ ଜପିବେ ତାମିଲ ଚାଳିଶା।
ନୂଆପଡ଼ା ଭୋଟ୍ ସରିବା ଯାଏଁ
ସୁରକ୍ଷିତ ସ୍ଥାନ ଥିଲା ପଳାସପଲ୍ଲୀ ଘର
ଆମେରିକା ଗସ୍ତର ମିଛ ପ୍ରଚାର
କରୁଥିଲେ ତାଙ୍କ ଚାଟୁକାର ,
ହାରିଲା ପରେ
ଏବେ Team Virus ନେତାଏ ,
ମାଡୁନାହାନ୍ତି ଶଙ୍ଖଭବନ
କି କରୁନାହାନ୍ତି ସମୀକ୍ଷା
ଖୋଜୁଛନ୍ତି ନିଜ ତ୍ରାଣ
କେମିତି କରିବେ ଆତ୍ମରକ୍ଷା
ଭଣ୍ଡଙ୍କ ପାଇଁ କଲେଣି ଓକିଲାତିର ଫନ୍ଦିଫିକର,
କେଜାଣି ଦଳକୁ ଲାଗିଲା କାହା ନଜର