” ମୁଁ ମୋ ଜୀବନରେ ତୁମ ପରି ବ୍ୟକ୍ତିଙ୍କୁ କେବେବି ଭେଟି ନାହିଁ “: ଶ୍ରଦ୍ଧା କପୁର

ବଲିଉଡ ସେଲିବ୍ରେଟମାନଙ୍କ ବ୍ୟକ୍ତିଗତ ଜୀବନରେ କ’ଣ ଘଟୁଛି ପ୍ରଶଂସକମାନେ ଜାଣିବାକୁ ସବୁବେଳେ ଆଗ୍ରହୀ ଥାନ୍ତି । ନିକଟରେ ବି-ଟାଉନର ଜଣେ ସୁନ୍ଦର ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ସ୍ପଟ କରାଯାଇଥିଲା।

(ମୁମ୍ବାଇ) : ବଲିଉଡ ସେଲିବ୍ରେଟମାନଙ୍କ ବ୍ୟକ୍ତିଗତ ଜୀବନରେ କ’ଣ ଘଟୁଛି ପ୍ରଶଂସକମାନେ ଜାଣିବାକୁ ସବୁବେଳେ ଆଗ୍ରହୀ ଥାନ୍ତି । ନିକଟରେ ବି-ଟାଉନର ଜଣେ ସୁନ୍ଦର ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ସ୍ପଟ କରାଯାଇଥିଲା। ଶ୍ରଦ୍ଧା ନିକଟରେ ଏପରି କିଛି କରିଛନ୍ତି ଯାହା ଅଭିନେତ୍ରୀ ନିଜେ ମଧ୍ୟ ପସନ୍ଦ କରିନାହାନ୍ତି। ଶ୍ରଦ୍ଧା କପୁରଙ୍କ ହ୍ବାଟସ୍ ଆପ୍ ଚାଟ୍ ଲିକ୍ ହୋଇଛି, ଯାହା ପରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ରାଗିଛନ୍ତି ।

ସୂଚନାନୁଯାୟୀ , ଏହି ଫଟୋରେ ଶ୍ରଦ୍ଧା କାହା ସହିତ କିଛି ଖାସ୍‌ କଥା ହେଉଥିଲେ। ଏହା ତାଙ୍କ ଚାଟରୁ ପ୍ରକାଶ ପାଇଛି ଯେ, ସେ ଯାହା ସହତ୍ କଥାବାର୍ତ୍ତା କରୁଥିଲେ ସେହି ବ୍ୟକ୍ତିଙ୍କୁ ହାର୍ଟ ଇମୋଜି ପଠାଇଛନ୍ତି। ଏହି ଫଟୋଗୁଡିକରୁ ଲିକ୍ ହୋଇଥିବା ଚାଟ୍ ରେ ଅଭିନେତ୍ରୀ ମେସେଜ ଲେଖିଛନ୍ତି, ‘ମୁଁ ମୋ ଜୀବନରେ ତୁମ ପରି ବ୍ୟକ୍ତିଙ୍କୁ କେବେବି ଭେଟି ନାହିଁ।’ ଏହାର ଉତ୍ତର ଆସେ, ‘ମୁଁ ଖୁସି ଯେ ତୁମେ ଏହିପରି ଭାବୁଛ।’ ସେ ଲେଖିଛନ୍ତି, ‘ତୁମେ ପ୍ରକୃତରେ ମୋ କଥା ଶୁଣୁଛ, କେହି ଏହିପରି ହୋଇନାହାଁନ୍ତି !!! ତୁମେ ସବୁବେଳେ ମୋତେ ଗ୍ରେଟ ଫିଲ୍‌ କରାଅ। ‘ଏହାର ପ୍ରତିକ୍ରିୟାରେ ହୃଦୟ ଇମୋଜି ଆସିଛି।