ଯାଜପୁର ଦୁଇ ଆଞ୍ଚଳିକ ପରିବହନ ଅଧିକାରଙ୍କୁ କାରଣ ଦର୍ଶାଅ ନୋଟିସ

ବସରେ ଦିବ୍ୟାଙ୍ଗମାନଙ୍କୁ ବସର କର୍ମକର୍ତ୍ତା ଅସମ୍ମାନ ପ୍ରଦର୍ଶନ କରିବା, ବ୍ୟାଙ୍ଗ ଆରୋପ କରିବା ଓ  ସରକାରୀ ଗାଇଡଲାଇନ ଅନୁସାରେ ସୁବିଧା  ଉପଲବ୍ଧ ନକରିବା ଅଭିଯୋଗ ପରେ ଯାଜପୁର ଓ ଚଣ୍ଡିଖୋଲ RTOଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ। ସୂଚନା ଅନୁଯାଇ ଗତ ଜାନୁଆରୀ ମାସ ୧୭ ତାରିଖରେ ରସୁଲପୁର ବ୍ଲକ ବ୍ରହ୍ମବରଦାରେ ଆୟୋଜିତ ହୋଇଥିବା ପାରା ସ୍ପୋଟସରେ ଭୁବନେଶ୍ବରରୁ ବହୁ ଦିବ୍ୟାଙ୍ଗ କ୍ରୀଡାବିତ ଆସିଥିଲେ। ଫେରିବା ସମୟରେ ଦିବ୍ୟାଙ୍ଗ କ୍ରୀଡାବିତଙ୍କୁ ବସରେ ନନେବାକୁ ଏକାଧିକ ବସ କର୍ମକର୍ତ୍ତା ମନା କରିଥିଲେ। ଯାହାଫଳରେ ଅପରାହ୍ନ ୫ଟାରୁ ରାତି ଆଠଟା ଯାଏଁ ଏକାଧିକ ବସରେ ନେବାକୁ ବାରଣ କରିବାରୁ ଦିବ୍ୟାଙ୍ଗ କ୍ରୀଡାବିତ ସମାଜିକ କର୍ମୀ ମଣ୍ଟୁଦାସଙ୍କୁ ଜଣାଇଥିଲେ। ଏ ଘଟଣାରେ ପୋଲିସ ଉପଖଣ୍ଡ ଅଧିକାରୀ ଡିଏସପି ଶରତ ପାତ୍ରଙ୍କ ତତ୍ବାବଧାନରେ ଜାରାକା ପୋଲିସ ମିଳିତ ସହଯୋଗ ରାତି ୮ପରେ ଦିବ୍ୟାଙ୍ଗ କ୍ରୀଡାବିତ ଭୁବନେଶ୍ବର ଫେରିଥିଲେ। ଏହି ଘଟଣାକୁ ନେଇ ଜାନୁୟାରୀ ୧୯ ତାରିଖରେ ସାମାଜିକ କର୍ମୀ ମଣ୍ଟୁଦାସଙ୍କ ସହ ଅନେକ ଦିବ୍ୟାଙ୍ଗ ବ୍ଯକ୍ତି ଓ କ୍ରୀଡାବିତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହି ଘଟଣାରେ  ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାର ଦୁଇ ଚଣ୍ଡିଖୋଲ ଓ ଯାଜପୁର ଆରଟିଓଙ୍କୁ ଘଟଣାର ତଦନ୍ତ ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି।