ତେହରାନ: ଇରାନ ବଜାରରେ ଆଖିବୁଜା ଗୁଳିମାଡ । ସେହି ଗୁଳିମାଡରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ଅନୂଯାୟୀ ଇରାନ ଖୁଜେସ୍ଥାନ ଅନ୍ତର୍ଗତ ଇଜେହ ସହରର ଜନଗହଳିପୂର୍ଣ୍ଣ ସେଣ୍ଟ୍ରାଲ ମାର୍କେଟରେ ଏହି ଗୁଳି ଫୁଟିଛି । ଗତକାଲି ରାତିରେ ଏଠାରେ କେତେକ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଦୁଇଟି ମୋଟର ସାଇକେଲ ଯୋଗେ ଆସି ପ୍ରତିବାଦକାରୀ ଓ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣ ପାଇଁ କେହି ଏ ଯାଏଁ ନିଜକୁ ଦାୟୀ ଘୋଷଣା କରିନାହାନ୍ତି । ତେବେ ହିଜାର ବିରୋଧ ଆନ୍ଦୋଳନକୁ ନେଇ ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି । ଇରାନରେ ମସଜିଦରେ ଗୁଳିମାଡ, ୧୫ ମୃତଏହାପୂର୍ବରୁ ଅକ୍ଟୋବର ୨୬ରେ ଇରାନର ସିରାଜ ସହର ସ୍ଥିତ ପବିତ୍ର ଶାହଚେରାଗ ମସଜିଦରେ ଗୁଳିମାଡ ହୋଇଥିଲା । ସନ୍ଧ୍ୟା ସମୟରେ ଲୋକେ ପ୍ରାର୍ଥନା ପାଇଁ ଏକାଠି ହୋଇଥିବା ବେଳେ ବନ୍ଧୁକଧାରୀ ମସଜିଦ ଭିତରେ ପଶି ଅତର୍କିତ ଗୁଳିମାଡ କରିଥିଲେ । ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଇସଲାମିକ ଷ୍ଟେଟ ଗ୍ରୁପ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।