କଟକରେ ଫୁଟିଲା ଗୁଳି: ଜଣେ ମୃତ

କଟକ: କଟକରେ ଫୁଟିଲା ଗୁଳି । କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଘଟିଛି ଗୁଳିକାଣ୍ଡ । ଏଥିରେ ଜଣେଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଜଣେ ରଜମିସ୍ତ୍ରୀ ହୋଇଥିବା କୁହାଯାଉଛି । ସେ ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରିଥିଲେ। ସେତେବେଳେ ରାଜମିସ୍ତ୍ରୀ ଜଣଙ୍କ ଘରେ ଥିଲେ। ଦୁର୍ବୃତ୍ତ ଦ୍ୱୟ ତାଙ୍କ ଘରଠାରୁ କିଛି ଦୂରରେ ବାଇକ ରଖି ସେଠାକୁ ଯାଇଥିଲେ ଓ ଗୁଳି କରିଥିଲେ।ଏହି ଗୁଳିମାଡ଼ ଘଟଣାର କାରଣ ଜଣାପଡ଼ିନାହିଁ। ତେବେ ଦୁର୍ବୃତ୍ତ ଦ୍ୱୟ ମୃତକଙ୍କ ସାଙ୍ଗ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଛି ବଥଲି କୁହାଯାଉଛି। କଟକ ସଦର ଥାନା ଆଇଆଇସିଙ୍କ ସହିତ ଅନ୍ୟାନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି। ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।