ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ହେବ ଦୋକାନ ବଣ୍ଟନ । ଏନେଇ ସୂଚନା ଦେଇଛନ୍ତି ବିଡିଏ ଭାଇସ୍ ଚେୟାରମ୍ୟାନ ଡ ଏନ୍ ତିରୁମାଲା ନାଏକ ।
୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ଦୋକାନ ଆବଣ୍ଟନ କରାଯିବ । ତେବେ ଦୋକାନୀଙ୍କ ମଧ୍ୟରେ ଟିକେ ଅନ୍ତର୍ଦ୍ବନ୍ଦ୍ବ ଥିଲା, ଯାହା ଏବେ ଦୂର ହୋଇଛି । ପୁରୁଣା ବସ୍ ଷ୍ଟାଣ୍ଡରେ ଦୋକାନ ଦେଇଥିବା ଦୋକାନୀଙ୍କୁ ଦୋକାନ ଘର ଯୋଗାଇ ଦିଆଯିବ ବୋଲି ବିଡିଏ ଭାଇସ୍ ଚେୟାରମ୍ୟାନ କହିଛନ୍ତି ।