ଜଗତସିଂହପୁର/ଦିଲ୍ଲିପ ସାହୁ: ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା ଦୋକାନ।ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ।ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବ୍ୟବସାୟୀକ ପେଣ୍ଠସ୍ଥଳୀ ରାହାମାରେ।ରାହାମା ହାଟ ବଜାରରେ ଥିବା ଶ୍ରୀଜଗନ୍ନାଥ ଫ୍ୟାନ୍ସି ଲାଇଟ ଦୋକାନରେ ଘଟିଛି ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫ୍ୟାନ୍ସି ଲାଇଟ ପୋଡି ପାଉଁଶ ହୋଇଯାଇଛି।ଗତକାଲି ରାତିରେ ବ୍ୟବସାୟ କାର୍ୟ୍ୟ ଶେଷ କରି ଦୋକାନ ବନ୍ଦ କରି ମାଲିକ ଓ କର୍ମଚାରୀ ଯାଇଥିଲେ।ଆଜି ପୂର୍ବାହ୍ନରେ ଦୋକାନ ଖୋଲିବାକୁ ଆସିବାରୁ ଦୋକାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।ଖବରପାଇ ତିର୍ତ୍ତୋଲ ଅଗ୍ନିଶମ ବାହିନୀର ଦୁଇଟି ଗାଡି ଆସି ନିଆଁ ଲିଭାଇଲା ବେଳକୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।