ସୋସିଆଲ ମିଡିଆରୁ ଆକାଉଣ୍ଟ ଡିଲିଟ କଲେ ରାଜ କୁନ୍ଦ୍ରା

ସୋସିଆଲ ମିଡିଆରୁ ଦୂରେଇ ଯାଇଛନ୍ତି ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା ।

(ମୁମ୍ବାଇ) : ସୋସିଆଲ ମିଡିଆରୁ ଦୂରେଇ ଯାଇଛନ୍ତି ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଏପରିକି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ରାଜ କୁନ୍ଦ୍ରା ଟ୍ୱିଟର ଓ ଇନଷ୍ଟାଗ୍ରାମ୍‌ରୁ ନିଜ ଆକାଉଣ୍ଟ ଡିଲିଟ୍‌ କରି ଦେଇଛନ୍ତି। ହେଲେ ଏହା ମଧ୍ୟରେ ରାଜ ନିଜ ଟ୍ୱିଟର ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ଡିଲିଟ କରି ଦେଇଥିବା ଜଣାଯାଇଛି। ଟ୍ୱିଟର ଓ ଇନଷ୍ଟାଗ୍ରାମ୍‌ରେ ତାଙ୍କ ଆକାଉଣ୍ଟ ସର୍ଚ୍ଚ କରିବାରୁ ତାହା ଆଉ ଦେଖିବାକୁ ମିଳୁନି। ଏପରିକି କିଛି ଦିନ ପୂର୍ବେ କରବାଚୌଥରେ ଶିଳ୍ପା ଏକ ଫଟୋ ପୋଷ୍ଟ କରିଥିବା ବେଳେ ସେଥିରେ ବି ରାଜଙ୍କୁ ଦେଖିବାକୁ ମିଳି ନ ଥିଲା।

ସୂଚନାନୁଯାୟୀ , ସ୍ୱାମୀ ରାଜଙ୍କ ଗିରଫଦାରୀ ପରେ କିଛି ଦିନ ପାଇଁ ସୋଶାଲ ମିଡିଆରୁ ଦୂରେଇ ଯାଇଥିବା ଶିଳ୍ପା କିନ୍ତୁ ଖୁବ୍‌ ଶୀଘ୍ର ଟ୍ରାକ୍‌କୁ ଫେରି ଆସିଥିଲେ। ଏପରିକି ସୋଶାଲ ମିଡିଆରେ ସେ ନିଜ ଯୋଗର ଭିଡିଓ ପୋଷ୍ଟ କରୁଥିବା ବେଳେ ସୁଟିଂ ସେଟ୍‌ର ଭିଡିଓ ବି ଛାଡ଼ୁଛନ୍ତି। ଏପରିକି ଫ୍ୟାନ୍ସଙ୍କୁ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ବି ଅପଡେଟ୍‌ କରୁଛନ୍ତି ଶିଳ୍ପା ।