ରାଜ ଗିରଫ ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଲାଇଭ୍ ଆସିଲେ ଶିଳ୍ପା

ନୂଆଦିଲ୍ଲୀ ୧୬/୦୮ :  ଅଶ୍ଳୀଳ ଫିଲ୍ମ ନିର୍ମାଣ ଏବଂ ଦେଖାଇବା ମାମଲାରେ ରାଜ କୁନ୍ଦ୍ରା ବର୍ତ୍ତମାନ ଜେଲରେ ଅଛନ୍ତି। ସ୍ବାମୀଙ୍କ ଗିରଫ ପରେ ସୋସିଆଲ ମିଡିଆରେ ୟୁଜର୍ସମାନେ ଶିଳ୍ପା ଶେଟ୍ଟୀଙ୍କୁ ଖୁବ୍ ଟ୍ରୋଲ କରିଥିଲେ। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଲାଇଭ୍ ଆସିଥିଲେ ।

ମହାମାରୀ କୋଭିଡ୍ ପାଇଁ ‘ଭି ଅଫ୍ ଇଣ୍ଡିଆ’ ସହିତ ଫଣ୍ଡରେଞ୍ଜର ଭାବରେ ରହିଛନ୍ତି ଶିଳ୍ପା । ଏଥିପାଇଁ ସେ ସୋସିଆଲ ମିଡିଆରେ ଲାଇଭ୍ କରିଥିଲେ । ଏହି ସମୟରେ ଶିଳ୍ପା ଯୋଗାଭ୍ୟାସ ବିଷୟରେ କିଛି କହିଥିଲେ । ସେ କହିଥିଲେ, ‘ଆମେ ଏପରି ଏକ ସମୟରେ ରହୁଛେ,ଯେଉଁଠାରେ ସବୁକିଛି ନିଃଶ୍ୱାସ ନେବା ଉପରେ ନିର୍ଭରଶୀଳ । ତେବେ ଶ୍ବାସ ପ୍ରକ୍ରିୟା ହେଉଛି ଏକମାତ୍ର ଉପାୟ ଯାହା ମାଧ୍ୟମରେ ଆମେ ଆମର ସମ୍ପୂର୍ଣ୍ଣ ଶରୀରକୁ ସୁରକ୍ଷିତ ରଖିପାରିବା । ଏହା ବ୍ୟତୀତ ଶିଳ୍ପା ଆହୁରୀ କହିଥିଲେ ‘କଷ୍ଟ ସମୟରେ ନକାରାତ୍ମକ ଚିନ୍ତାଧାରା ରହିବା ସ୍ୱାଭାବିକ, କିନ୍ତୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏ ଡାଇମେନ୍ସନ୍ (ନିଶ୍ୱାସ ଉପରେ ନିୟନ୍ତ୍ରଣ) ରହିବା ଅତ୍ୟନ୍ତ ଜରୁରୀ ଅଟେ। ଯଦି ପ୍ରତ୍ୟେକ ଦିନ ଯୋଗ କରନ୍ତି ତେବେ ଦୈନନ୍ଦିନ ଜୀବନରେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଏବଂ ସ୍ୱାସ୍ଥ୍ୟର ଫାଇଦା ହେବ ।