ଜେଲ ଦଣ୍ଡ କମାଇବା ପାଇଁ ଶର୍ମିଷ୍ଠା ଆଉ ଶିବର ନୁଆ ଚାଲ୍

ଭୁବନେଶ୍ୱର: ଜେଲରେ ପଶିଲା ପରେ ଧିରେ ଧିରେ ବଦଳୁଛି ଏହି ମଣିଷମରା ଅପରାଧିଙ୍କ ମନ । ଜଣେ ଜେଲରେ ପୂଜା ପାଠ ଆରମ୍ଭ କରିଛି । ତ ଆଉ ଜଣେ ମନେ ମନେ କରୁଛି ହସ କାନ୍ଦର ଅଭିନୟ । ତେବେ ସତରେ ନିଜ ଭୁଲ ପାଇଁ ଏମାନେ କରୁଛନ୍ତି ପ୍ରାୟଶ୍ଚିତ ନା ସଜ୍ଜା କମାଇବା ପାଇଁ ଖେଳୁଛନ୍ତି ଚାଲ୍ । ଜେଲ ଭିତରେ ଆରମ୍ଭ ହୋଇଛି ଶିବର ନୂଆ କାରନାମା । କେତେ ବେଳେ ବଡ ଭାଇର ସମ୍ପତି ସେ ଏକା ଭୋଗ କରିବ ଭାବି ହସୁଛି ତ … ଆଉ କେତେ ବେଳେ କଣ ସବୁ ମନେ ପକାଇ କାନ୍ଦୁଛି । ସତରେ କଣ ପାଗଳ ହୋଇ ଯାଇଛି କି ଶିବ ? ନା ନିଜ ସଜା କମାଇବା ପାଇଁ ଆରମ୍ଭ କରି ଦେଇଛି ନୂଆ ଅଭିନୟ୍ ।

କିଛିଦିନ ତଳେ ମାହାଙ୍ଗା କୁସୁପୁର ଗଣହତ୍ୟା ସାରା ଓଡିଶାବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା । ସମ୍ପତ୍ତି ପାଇଁ ବଡ ଭାଇର ପୂରା ପରିବାରକୁ ସଫା କରି ଦେଇଥିଲା ସାନ ଭାଇ । ଏକା ସାଙ୍ଗରେ ପରିବାରର ୫ଜଣଙ୍କୁ ମୃତ୍ୟୁର କୋକେଇରେ ସବୁଦିନ ପାଇଁ ଶୁଆଇ ଦେଇଥିଲା ଅଭିଯୁକ୍ତ ଶିବ ସାହୁ । ମରିବା ପୂର୍ବରୁ ଦାଦା ଆମକୁ ଛାଡିଦିଅ କହି ବେଶ୍ ନେହୁରା ହୋଇଥିଲେ ଝିଆରୀ ପୁତୁରା । କିନ୍ତୁ ଦାଦାଙ୍କ କାନକୁ ଶୁଭି ନଥିଲା ଝିଆରୀ ପୁତୁରାଙ୍କ କାନ୍ଦ ଆଉ ବିକଳ ନେହୁରା । କଦଳୀ ଗଛକୁ ହାଣିଲା ପରି ଜଣ ଜଣ କରି ସମସ୍ତଙ୍କୁ ହାଣି ଦେଇ ଯାଇଥିଲା ଅଭିଯୁକ୍ତ । ସେତିକିରେ ବି ମନ ପୂରି ନଥିଲା ଶିବର, ବାକ ରହିି ଯାଇଥିଲା ଶିବର ମୃତ୍ୟୁ ତାଣ୍ଡବ । ହାଣିଲା ପରେ ପୁଣି ଯାଇ ଗୋଟା ଗୋଟାଙ୍କ ଶବ ଗଡାଇ ତଡାଇ ଦେଖିଥିଲା । କାଳେ କିଏ ତା ସମ୍ପତ୍ତି ରେ ଭାଗ ବସାଇବା ବାଲା ବଞ୍ଚିଯାଇ ନି ତ ? ତଥାପି ମନ ବୁଝି ନଥିଲା ଶିବର ଆଉ କାଟିଥିଲା ହାତ ଶିରା ଆଉ ଗୋଡର ଗୋଚ୍ଛି । ତେବେ ରାଗ ମଣିଷର କେଡେ ବଡ ଶତ୍ରୁ ଏହି ଘଟଣା ତାର ଜିବନ୍ତ ଉଦାହରଣ ।

ତେବେ ୫ଜଣଙ୍କୁ ବିଭର୍ସ ଭାବେ ହାଣି ହତ୍ୟା କଲା ପରେ ଶିବ ସାହୁ ଏବେ ସାଲେପୁରର ଶିଶୁଆ ଜେଲରେ ଅଛି । କୁହାଯାଉଛି ଯେଉଁ ସମ୍ପତ୍ତି ପାଇଁ ସେ ପୂରା ପରିବାରକୁ ହାଣି ହତ୍ୟା କଲା, ସେ ସମ୍ପତ୍ତି ସେ ଏକା ଭୋଗ କରିବ ଭାବି ମନେ ମନେ ଖୁସି ହେଉଛି । ନା ଅଛି ତା ମନରେ ପ୍ରାୟଶ୍ଚିତ ଭାବ ନା ଅଛି ଦୁଃଖ । ଅନ୍ୟପଟେ କିନ୍ତୁ ଶର୍ମିଷ୍ଠା ଚଳାଇଛି ଭିନ୍ନ ଚାଲବାଜି । କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ପାର୍ଟନର ନିରଞ୍ଜନ ଖସିଯିବା ଭୟରେ ରକ୍ତ ଚାଉଳ ଚୋବାଉଛି ଶର୍ମିଷ୍ଠା । ଆଉ ନିଜ ମନକୁ ବୁଝାଇବା ପାଇଁ କେତେ ବେଳେ ଶିବ ପୂଜାର ନାଟକ କରୁଛି ତ ଆଉ କେତେ ବେଳେ ନିଜ ସଉକ ପୂରା କରିବା ପାଇଁ ବିରିଆନୀ ଖାଇବାକୁ ମାଗୁଛି । ତ ଆଉ କେତେ ବେଳେ ଚୁପ୍ ଚାପ୍ ଜେଲର ଗୋଟେ କଣରେ ବସି ରହୁଛି । ତେବେ ସମୟ କହିବ ଶିବ ଆଉ ଶର୍ମିଷ୍ଠା ତାଙ୍କ କଲା କର୍ମର କି ଦଣ୍ଡ ପାଇବେ ?