ଆଗାମୀ ଦୁଇ ସପ୍ତାହ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ଶୀତ

ଭୁଵନେଶ୍ଵର: ଆଗାମୀ ଦୁଇ ସପ୍ତାହ ଯାଏଁ ପ୍ରବଳ ଶୀତ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ଦୁଇ ସପ୍ତାହ ଯାଏଁ ରାଜ୍ୟରେ ଲାଗି ରହିବ ପ୍ରବଳ ଶୀତ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଗତକାଲି ରାଜ୍ୟର ୨୪ଟି ସହରରେ ରାତିରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସରୁ କମ ରହିଥିଲା । ଜି.ଉଦୟଗିରିରେ ତାପମାତ୍ରା ସର୍ବନିମ୍ନ ୨.୫ ଡିଗ୍ରୀକୁ ଖସିଥିଲା । ସେହିପରି ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୯.୪ ଡିଗ୍ରୀକୁ ଖସିଥିଲା ।

ରାଜ୍ୟରେ ଗତ ୯ରୁ ୧୦ ଦିନ ହେବ ଶୀତ ପ୍ରକୋପ ଲାଗି ରହିଛି । ଏଭଳି ଲଗାତାର ଶୀତ ପ୍ରକୋପ ବିଗତ ବର୍ଷମାନଙ୍କରେ କେବେ ଅନୁଭୂତ ହୋଇ ନ ଥିଲା। ବୁଧବାର ଜି.ଉଦୟଗିରିର ସର୍ୱନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ, ରହିଥିବା ବେଳେ ଫୁଲବାଣୀ ୬, ଦାରିଙ୍ଗିବା ୬, ସେମିଳିଗୁଡା ୬.୧, କୋରାପୁଟ ୭, ରାଉରକେଲା ୮.୨, ଝାରସୁଗୁଡ଼ା ୮.୯, କିରେଇ ୯.୮, ବୌଦ୍ଧ ୯.୮, ଭବାନୀପାଟଣା ୯, ଅନୁଗୋଳ ୯.୬, ନବରଙ୍ଗପୁର ୧୦, କେନ୍ଦୁଝର ୧୦.୬, ବଲାଙ୍ଗୀର ୧୦.୮, ରାୟଗଡା ୧୧, ସୋନପୁର ୧୧, ଢେଙ୍କାନାଳ ୧୧.୩, ସୁନ୍ଦରଗଡ ୧୦.୬, ସମ୍ୱଲପୁର ୧୧.୮ ଓ ନୂଆପଡ଼ାରେ ୧୨ ଡିଗ୍ରୀ ଥିଲା । ଉପକୂଳ ଓ ଭୁବନେଶ୍ୱର ୧୩.୨ ଓ କଟକ ୧୩, ଜଗତସିଂହପୁର ୧୨.୬, କେନ୍ଦ୍ରାପଡ଼ା ୧୨.୬ ଡିଗ୍ରୀ ରହିଥିବା ସୂଚନା ମିଳିଛି।