କେନ୍ଦୁଝର ଦେଇ ଚଳାଚଳ ଅନେକ ଟ୍ରେନ

କେନ୍ଦୁଝର: ଗତକାଲି ବାଲେଶ୍ଵରର ବାହାନଗାଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଜରୁରୀକାଳିନ ଭାବେ ବିଭିନ୍ନ ଜିଲ୍ଲା ଦେଇ ଅନେକ ଟ୍ରେନର ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି କ୍ରମରେ କେନ୍ଦୁଝରଗଡ ଷ୍ଟେସନ ଦେଇ ଯିବା ଆସିବା କରିବାକୁ ସମୁଦାୟ ୧୧ ଟି ଟ୍ରେନ ରାସ୍ତା ପରିବର୍ତ୍ତନ କରାଯାଇଛି । ସେହି ଟ୍ରେନ ଗୁଡିକ ହେଲା ମାଡ୍ରାସ୍-ହାୱଡା ମେଲ , ପୁରୁଷୋତମ ଏକ୍ସପ୍ରେସ, ତମ୍ବାରାମ ରୁ ତିନିସୁତିଆ, ଗୋଆ ଦ୍ଭାସ୍କୋଡାଗାମା ରୁ ହାୱଡା, ସିକନ୍ଧରାବାଦ-ସଲିମାର, ପୁରୀ ଦିଲ୍ଲୀ ଉତ୍କଳ ଏକ୍ସପ୍ରେସ, ଏଥିସହିତ କରମଣ୍ଡଳ, ହାୱଡା-ପୁରୀ, ହାୱଡା ମହିସୁର ସ୍ପେସାଲ । ଏଥିପାଇଁ ବର୍ତମାନ କେନ୍ଦୁଝର ଷ୍ଟେସନ ଠାରେ ସମସ୍ତ ପ୍ରକାରର ଅନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ସେହି ରାସ୍ତା ଦେଇ ସୁଗମ ଚଳାଚଳ ବ୍ୟବସ୍ଥା ହେବା ପର୍ୟ୍ୟନ୍ତ ଏହି ଟ୍ରେନ ଗୁଡିକ କେନ୍ଦୁଝର ଦେଇ ଚଳାଚଳ କରିବ ବୋଲି ସୂଚନା ମିଳିଛି ।