ଭୁବନେଶ୍ୱର : ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ ଉପସ୍ଥିତ ଥିଲେ । ତିନି ବର୍ଷ ପରେ ଏଭଳି ବୈଠକ କରାଯାଉଛି । 17 ଟି ବିଷୟ ଉପରେ ବିଶେଷ ଆଲୋଚନା କରାଯିବ । ସରକାରଙ୍କ ଯୋଜନା ଓ ଆଭିମୁଖ୍ୟ ତୃଣମୂଳ ସ୍ଥରରେ କେତେ ଦୂର ପହଞ୍ଚି ପାରୁଛି ସେନେଇ ଆଲୋଚନା ହେଉଛି । ପ୍ରଥମ ଅଧିବେଶନଟି ଗୁଡ଼ ଗଭରନେନ୍ସ ଉପରେ ରହିଛି । ଆସନ୍ତାକାଲି କୋଣାର୍କ ଇକୋ ରିଟ୍ରିଟ ବୈଠକର ଦ୍ୱିତୀୟ ଦିନ ଆଲୋଚନା କରାଯିବ । 5t କାରଣରୁ ଅନେକ କ୍ଷେତ୍ରରେ ଓଡିଶା ରୋଲ ମଡେଲ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । କାଳିଆ, ମମତା, ବିଜୁ ସ୍ବାସ୍ଥ୍ୟ ଯୋଜନା, ମୁକ୍ତା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯିବ । ଡୋର ଟୁ ଷ୍ଟେପ ଡେଲିଭରି ଉପରେ ଗୁରୁତ୍ୱ ଦିଆଯାଉଛି । ଯେଉଁ ସବୁ ଜାଗାରେ ତ୍ରୁଟି ରହୁଛି ସେସବୁ ଉପରେ ଆଲୋଚନା କରାଯିବ । ଆଇଏଏସ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ପରେ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।