ଅଚାନକ ବସରେ ଲାଗିଲା ନିଆଁ , ୭ ଯାତ୍ରୀ ଜୀବନ୍ତ ଦଗ୍ଧ  

ଅଚାନକ ବସରେ ନିଆଁଲାଗି ଜୀବନ୍ତ ଜଳିଗଲେ ୭ ଯାତ୍ରୀ

(କର୍ଣ୍ଣାଟକ) : ଅଚାନକ ବସରେ ନିଆଁଲାଗି ଜୀବନ୍ତ ଜଳିଗଲେ ୭ ଯାତ୍ରୀ । ଦୁର୍ଘଟଣାରେ ପରେ ବସ୍‌ରେ ନିଆଁ ଲାଗି ଯିବାରୁ ପୋଡ଼ି ହୋଇ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖବର ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା।

କର୍ଣ୍ଣାଟକାର କମଲାପୁରା ସହରରେ ଏହି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ବସ୍‌ଟି ଗୋଆରୁ ହାଇଦ୍ରାବାଦ ଯାଉଥିଲା। ଏଥିରେ ୨୯ ଜଣ ଲୋକ ଥିଲେ। ତେବେ କମଲାପୁରା ନିକଟରେ ସାମ୍ନା ପଟୁ ଆସୁଥିବା ଗୋଟିଏ ଟେମ୍ପୋ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏଥିସହ ବସ୍‌ଟି ରାସ୍ତା କଡ଼କୁ ମଧ୍ୟ ଓଲଟି ପଡ଼ିଥିଲା।