ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ‘ଭାରତ ରତ୍ନ’

ନୂଆଦିଲ୍ଲୀ: ଲାଲକୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ କରାଯିବ ସମ୍ମାନିତ । ବରିଷ୍ଠ ରାଜନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଦାନ କରାଯିବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ। ଏନେଇ ଆଜି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନିତ କରାଯିବା ନେଇ ଶେଆର କରି ଖୁବ୍ ଶୁସିବ୍ୟକ୍ତ କରିଛନ୍ତି। ଏନେଇ ସେ ଆଡଭାନୀଙ୍କ ସହ କଥା ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ମଧ୍ୟ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୋଷ୍ଟରେ କହିଛନ୍ତି, ‘ଆମ ସମୟର ସବୁଠୁ ସମ୍ମାନନୀୟ ରାଷ୍ଟ୍ରନେତା ହେଉଛନ୍ତି ଲାଲକୃଷ୍ଣ ଆଡଭାନୀ। ଭାରତର ପ୍ରଗତି ପାଇଁ ତାଙ୍କର ଯୋଗଦାନ ସ୍ମରଣୀୟ। ସେ ତୃଣମୂଳ ସ୍ତରରୁ ଯାତ୍ରା ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ହୋଇଥିଲେ।