ବଢ଼ିବ ଶ୍ରୀମନ୍ଦିର ସୁରକ୍ଷା, ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ

ଭୁବନେଶ୍ୱର-: ବଢ଼ିବ ଶ୍ରୀମନ୍ଦିର ସୁରକ୍ଷା । ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍ ସିଷ୍ଟମ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ । ଶ୍ରୀମନ୍ଦିର ଶିଖରରେ ଡ୍ରୋନ୍ ଉଡ଼ିଲେ ତାକୁ ଅତି ସହଜରେ ଖସାଇଦିଆଯାଇ ପାରିବ । ଆବଶ୍ୟକ ପଡିଲେ ଶ୍ରୀମନ୍ଦିର ପ୍ରଶାସନ ଏହି ବାବଦରେ ଅର୍ଥ ଖର୍ଚ୍ଚ କରିବେ । ବିଗତ ବର୍ଷରେ ମନ୍ଦିର ପରିସର ଏବଂ ଶୀଖରରେ ଡ୍ରୋନ୍ ଉଡ଼ିବା ନେଇ ଘଟଣା ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ଶିଖରକୁ ନୋ ଫ୍ଲାଇଂ ଜୋନ୍ କରାଯାଇଥିଲେ ମଧ୍ୟ ବାରମ୍ବାର ଏହାର ଉଲଂଘନ କରାଯାଉଛି । ଏଥିସହ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।