କଟକ: ମାଟ୍ରିକ ଫର୍ମ ଫିଲଅପ୍ ଅବଧି ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ପରିଷଦ (BSE) । ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନେଇ ସୂଚନା ଜାରି । SOSC (ପ୍ରଥମ), ମଧ୍ୟମା ପାଇଁ ବି ୨୮ ପର୍ଯ୍ୟନ୍ତ ଫର୍ମ ଫିଲଅପ୍ କରିହେବ । ବିଦ୍ୟାଳୟର ମୁଖ୍ୟ ବା ପ୍ରଧାନଶିକ୍ଷକଙ୍କ ଦ୍ଵାରା ଛାତ୍ରଛାତ୍ରୀଙ୍କ ଫର୍ମପୂରଣ କରାଯିବ।

ଫର୍ମପୂରଣ ପାଇଁ ଅନ୍ଲାଇନ୍ ଲିଙ୍କ୍, ସମସ୍ତ ସୂଚନା ଓ ପ୍ରକ୍ରିୟା ବୋର୍ଡ ୱେବ୍ସାଇଟ୍ www.bseodisha.ac.inରେ ଉପଲବ୍ଧ ହେଉଛି । ସେହିପରି ପତ୍ରବିନିମୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅଫ୍ଲାଇନ୍ରେ କରାଯିବ। ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ବିଦ୍ୟାଳୟ ମୁଖ୍ୟ ବା ଷ୍ଟଡି ସେଣ୍ଟର ମୁଖ୍ୟଙ୍କ ଦ୍ବାରା କରିବେ। ସେହିପରି ସଂସ୍କୃତ ଟୋଲ ପରୀକ୍ଷାର୍ଥୀମାନେ ଅଫ୍ଲାଇନ୍ରେ ଫର୍ମପୂରଣ କରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।