ନୂଆଦିଲ୍ଲୀ:ଆସନ୍ତାକାଲି ବାଚସ୍ପତିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ । ଏହାପୂର୍ବରୁ ସକାଳ ୭ଟାରୁ ଆରମ୍ଭ ହେବ ସମାରୋହ। ସକାଳ ୭ଟାରୁ ପୂଜା ଏବଂ ଅନ୍ୟ ରିତୀନୀତି ସହ ଆରମ୍ଭ ହେବ କାର୍ୟ୍ୟକ୍ରମ। ଏଥିପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ତାମିଲନାଡୁର ସାଧୁସନ୍ଥ ଓ ପୂଜକ । ପୂଜାବିଧି ସହ ରାଜଦଣ୍ଡ ବା ସେଙ୍ଗୋଲ ସ୍ଥାପନ କରିବେ ଏହି ପୂଜକ ମାନେ ।ନୂତନ ସଂସଦ ପୁରୁଣା ସଂସଦଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନିର୍ମାଣ ଏବଂ ସାଜସଜ୍ଜା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଭିନ୍ନଭିନ୍ନ ସାମଗ୍ରୀ ସ୍ଥାନିତ କରାଯାଇଛି। ତ୍ରିପୁରା ରାଜ୍ୟରୁ ବାଉଁଶ, ରାଜସ୍ଥାନରୁ ମାର୍ବଲ ଏବଂ ଅଶୋକା ଚକ୍ର ଦେଶର ସୁଥର ସହର ଇନ୍ଦୋରରୁ ଅଣାଯାଇଛି।

ତେବେ ପ୍ରଧାନମନ୍ତ୍ରୀ ଗତକାଲି ଏହି ସଂସଦ ଭବନର ଏକ ଭିଡିଓ ସେୟାର କରିଥିଲେ ଭିଡିଓ। ସେୟାର କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ ସହ ଲେଖିଥିଲେ ଯେ ନୂତନ ସଂସଦ ଭବନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରାଇବ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି #MyParliamentMyPride ହାସ ଟ୍ୟାଗ ଦେଇ ନିଜ ଭଏସଓଭରକୁ ବ୍ୟବହାର କରି ଏହି ଭିଡିଓକୁ ସେୟାର କରନ୍ତୁ ।
ଚେନ୍ନାଇ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ପୂଜକ ମାନେ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ପୂଜାପାଠ ପାଇଁ ଗାନ୍ଧୀ ମୂର୍ତ୍ତି ନିକଟରେ ଏକ ମଣ୍ଡପ ସ୍ଥାପନ କରାଯାଇଛି । ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହଙ୍କ ସମେତ କିଛି ମନ୍ତ୍ରୀ ସାମିଲ ହୋଇପାରନ୍ତି ।ନୂତନ ସଂସଦ ଭବନର ସୌନ୍ଦର୍ୟ୍ୟକୁ ଆହୁରି ବୃଦ୍ଧି କରିଛି। କିନ୍ତୁ ସମସ୍ତ ପରିବର୍ତ୍ତନ ସତ୍ତ୍ବେ ଗୋଟିଏ ଜିନିଷ ବଦଳିନାହିଁ, ତାହା ହେଉଛି ଲୋକସଭା ଏବଂ ରାଜ୍ୟସଭାରେ ବିଛାଯାଇଥିବା ଗ୍ରୀନ ଓ ରେଡ୍ କାର୍ପେଟ।

ଲୋକସଭାରେ ସବୁଜ ହୋଇଥାଲଏ କାରଣ ଲୋକସଭାରେ ଲୋକ ପ୍ରତିନିଧିମାନେ ସାଧାରଣ ଜନତାଙ୍କଠାରୁ ସିଧାସଳଖ ନିର୍ବାଚିତ ହୋଇ ଗୃହକୁ ଆସିଥାନ୍ତି, ଯେଉଁମାନେ କି ଗ୍ରାଉଣ୍ଡରେ ଲୋକଙ୍କ ସହ ଯୋଡି ହୋଇ ରହିଛନ୍ତି।
ରାଜ୍ୟସଭାରେ ରେଡ କାର୍ପେଟ ବ୍ୟବହାରକୁ ନେଇ ୨ଟି କାରଣ ରହିଛି। ଏହି ଗୃହର ପ୍ରତିନିଧୀମାନେ ସିଧାସଳଖ ନିର୍ବାଚିତ ହୁଅନ୍ତି ନାହିଁ । ସେମାନେ ଲୋକମାନଙ୍କର ନିର୍ବାଚିତ ପ୍ରତିନିଧୀଙ୍କ ଦ୍ବାରା ପଠାଯାଇଥିବା ସଦସ୍ୟ ଅଟନ୍ତି।