ସାତକୋଶିଆ ,ଶିମିଳିପାଳରେ କୁମ୍ଭୀର ଗଣନା ସହ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର : ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା । ସାତକୋଶିଆ ବନଖଣ୍ଡର ମହାନଦୀ ଓ ଆଖପାଖ ଅଞ୍ଚଳରେ କୁମ୍ଭୀର ଗଣନା କରାଯିବ । ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକ ରେ ଆଜିଠାରୁ ଆରମ୍ଭ ହେଇଛି କୁମ୍ଭୀର ଗଣନା । ବିଶେଷ କରି ଶିମିଳିପାଳ ରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୁତି ୫ ଟି ନଦୀକୂଳରେ କୁମ୍ଭୀର ଗଣନା ଚାଲିଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ଗଣନାରେ ମୋଟ ୧୨ ଟି ଟିମ ସାମିଲ ହୋଇଛନ୍ତି । ସେହିପରି ମୟୂରଭଞ୍ଜ କରଞ୍ଜିଆରେ କୁମ୍ଭୀର ଗଣନା ଆରମ୍ଭ । ଜିଲ୍ଲାର ସମୁଦାୟ ୧୮ଟି ଜାଗାରେ ଗଣନା ଆରମ୍ଭ ହେବ ।

କୁମ୍ଭୀର ଗଣନା ପାଇଁ ମୋଟ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି ।ଏହା ଆଜି ଠାରୁ ଦୁଇଦିନ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ଶିମିଳିପାଳ ଅଭୟାରଣ୍ୟ ରେ ଦୁଇଟି ପଦ୍ଧତି ରେ କୁମ୍ଭୀର ଗଣନା ହେଉଛି ।ଏଥିରେ ୧୬ଟି ଗଠନ କରାଯାଇ କୁମ୍ଭୀର ଗଣନା କରା ହେଇଥିବାର RCCF ସୂଚନା ଦେଇଛନ୍ତି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ରେ ୮୨ ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ କୁମ୍ଭୀର ଅଧିକା ହେବା ର ଅନୁମାନ କରାଯାଉଛି ।ସେହିପରି ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ। ଏଥିରେ ମୋଟ ୧୭ ଟି ଟିମ୍ ସାମିଲ ହୋଇଛନ୍ତି।ରାଜନଗର, କନିକା, ଗହୀରମଥା , ମହାକାଳପଡ଼ା ଓ କୁଜଙ୍ଗର ୫ ଟି ରେଞ୍ଜରେ ହେବ ପକ୍ଷୀ ଗଣନା । ପ୍ରତ୍ୟେକ ଟିମ୍ ରେ ୪ରୁ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ସକାଳ ୬ ଟାରୁ ଆରମ୍ଭ ହୋଇଛି ଗଣନା କାର୍ଯ୍ୟ।