ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ନୂତନ ଭାବେ ପିସିସି ସଭାପତି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ । AICC ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିଛି । ଏଥିସହିତ ପୂର୍ବତନ ମନ୍ତ୍ରୀ ତଥା ଓଡିଶା କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ AICC ଦଳର ସଭାପତି ଭାବେ ଘୋଷମା କରିଛି ।କଂଗ୍ରେସର ହାଇକମାଣ୍ଡ ତାଙ୍କ ନାମରେ ମୋହର ମାରିଛନ୍ତି। ସେ ପୁନର୍ବାର କଂଗ୍ରେସର ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି। AICC ନିରଞ୍ଜନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବହୁଦିନର ଛକାପଞ୍ଝା ପରେ ପିସିସି ସଭାପତି ନିଯୁକ୍ତ ହୋଇଛନ୍ତି।
ସେ ୨୦୦୧ରୁ ୨୦୦୪ ଯାଏଁ ସେ ପିସିସିର ସଭାପତି ଥିଲେ। ପୁନର୍ବାର ତାଙ୍କୁ ଦଳ ପିସିସି କରିବା ପରେ ସେ ଦ୍ୱିତୀୟ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଯାଉଛନ୍ତି ।୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ସେ ବଲାଙ୍ଗୀରରୁ ସାଂସଦ ହୋଇଥିଲେ । ଚିନ୍ତନ ବୈଠକ ପରେ ସଂଗଠନ ସଜାଡିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ନୂଆ ପିସିସି ସଭାପତିଙ୍କ ସହ ନୂଆ ନେତାଙ୍କୁ ମିଳିଛି ଦାୟିତ୍ୱ । ତୃଣମୂଳସ୍ତରରୁ ସଂଗଠନର କାୟାକଳ୍ପ ପରିବର୍ତ୍ତ କରିବାକୁ କଂଗ୍ରେସର ଚିନ୍ତନ ଶିବିରରେ ନିଷ୍ପତ୍ତି ହୋଇଥିବା ଜଣା ପଡିଛି । ଶରତ ପଟ୍ଟନାୟକ କଂଗ୍ରେସ ସଭାପତି ହେବା ପରେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତା ଦିନରେ ଦଳ ରାଜ୍ୟରେ ସଂଗଠିତ ହେବ ।