ପୂର୍ବତନ ସାହାଡା ସରପଞ୍ଚ ମିନ୍ଦ କାଡ୍ରାକାଙ୍କ ପରଲୋକ

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସାହାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନ୍ଦ କାଡ୍ରାକାଙ୍କ ପରଲୋକ । ମିନ୍ଦ କାଡ୍ରାକା ହେଉଛନ୍ତି ଜୟରାମ କାଡ୍ରାକାଙ୍କ ଧର୍ମପତ୍ନୀ । ଦୀର୍ଘଦିନରୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାଯୋଗୁଁ ବିଷମକଟକ ଖ୍ରୀଷ୍ଟୀୟାନ ମେଡିକାଲରେ ଚିକିତ୍ସିତ ହୋଇ ଘରେ ରହୁଥିଲେ । ଗତକାଲି ତାଙ୍କର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦଶବର୍ଷ ଧରି ସାହାଡା ପଞ୍ଚାୟତରେ ସରପଞ୍ଚ ଭାବରେ ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ଦେହାନ୍ତ ଖବର ଶୁଣି ସାହାଡ଼ା ପଞ୍ଚାୟତର ସମସ୍ତ ଜନସାଧାରଣ ମର୍ମାହତ ଓ ସ୍ତବ୍ଧ ହୋଇଥିବା ବେଳେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରର ମଙ୍ଗଳ କାମନା କରିଛନ୍ତି । ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଜୁକଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ, ବ୍ଲକ ଉପାଧକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ ଓ ଅଞ୍ଚଳବାସୀ । ତାଙ୍କର ଅନ୍ତିମ ଶୋକ ସନ୍ତପ ସମୟରେ ପୂର୍ବତନ ଉପାଧ୍ୟକ୍ଷ ରମେଶ ପାଲକା, ସରପଞ୍ଚ ଚନ୍ଦ୍ରା କୁମ୍ବୃକା, ବି ଏସ ପି ନେତା ଜିତୁ ଜାକାଶିକା, ଝିଗିଡି ସରପଞ୍ଚ ଅଜିତ ସାରକା, ଡୁକୁମ ସରପଞ୍ଚ କିରଣ,ଶୁଣ୍ଡି ଧାମୁଣି ସରପଞ୍ଚ ବାଥ୍ରୀ ମଣ୍ଡାଙ୍ଗୀ, ସମାଜସେବୀ କ୍ଷୀର ବାଘ, ଅଙ୍ଗଦ କଲକା, ସୁରେନ୍ଦ୍ର ମାଣ୍ଡିକା,ଅଶୋକ ପାଡ଼ି, ସୁନୀଲ ବାଘ,ଚନ୍ଦନ ମାଣ୍ଡିକା, ସାଲେମ ପାଣି, ବିଜୟ ଭାତ୍ରା, ଗୋବିନ୍ଦ ହିଆଲ, ଅଭି କନ୍ଧପାଣି, ଆଶୀର୍ବାଦ ପାଲ, ଦାସ କରକରିଆ,ରାମ କୁଟ୍ରୁକା, ପପୁ ବେହେରା, ରାମରାଓ କାମ୍ବାକା, ଆପାରାଓ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ ।