ଶୁଭମନ ଗିଲଙ୍କୁ ଭେଟିଲେ କି ସାରା ?

ମୁମ୍ବାଇ: ଭାରତୀୟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍‌ କେବଳ ତାଙ୍କ ପ୍ରଫେସନାଲ ଲାଇଫ୍‌ ନୁହେଁ ବରଂ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ବାରମ୍ବାର ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ତେବେ ପୁଣିଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ପ୍ରତିଦିନ ସୋସିଆଲ ମିଡିଆରେ ଶୁଭମନ ଗିଲ୍‌ ଓ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ କିଛି ନା କିଛି ଖବର ଆସୁଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ପୂର୍ବରୁ ସାରାଙ୍କୁ ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କ ଘରେ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁସାରେ ସାରା ସେଠାକୁ ଶୁଭମନ ଗିଲଙ୍କୁ ଭେଟିବାକୁ ଆସିଥିଲେ । ଅବଶ୍ୟ ଏହା ସ୍ପଷ୍ଟ ହୋଇନି ଯେ, ବିଧୂଙ୍କ ଘରେ ଗିଲ ଥିଲେ କି ନାହିଁ । ତେବେ ଗିଲ ନିକଟରେ ରିଲିଜ ହୋଇଥିବା ବିଧୂଙ୍କ ଫିଲ୍ମକୁ ଭୂୟସୀ ପ୍ରଶଂସା କରିଥିଲେ ।

ଅପରପକ୍ଷରେ ସାରା ଖୁବ ଶୀଘ୍ର ଫିଲ୍ମରେ ଏଂଟ୍ରି ନେବାକୁ ଯାଉଛନ୍ତି । ସେଥିପାଇଁ ବିଧୂଙ୍କ ଘରକୁ ଯାଇଥିବା ଅନୁମାନ କରାଯାଉଛି । ସାରା ଲଣ୍ଡନ ୟୁନିଭର୍ସଟିରେ ମେଡିସିନ ଉପରେ କୋର୍ସ କରିଛନ୍ତି । କିଛି ଦିନ ତଳେ ସେ ଶାହୀଦ କାପୁରଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା ମାତ୍ର ସଚିନ ଏହାକୁ ଖଣ୍ଡନ କରିଥିଲେ । ଜିଓ ୱାର୍ଲ୍ଡ ପ୍ଲାଜା ଓପନିଂରେ ମଧ୍ୟ ସାରା ଏବଂ ଗିଲଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ଚଳିତ ବିଶ୍ୱକପରେ ଭାରତ-ଶ୍ରୀଲଙ୍କା ମ୍ୟାଚ ଅବସରରେ ସାରା ଷ୍ଟାଡିୟମରେ ଉପସ୍ଥିତ ରହି ଖେଳ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।