୧୫ରେ ରିଲିଜ୍ ହେବ ‘ହିଟ୍ : ଦ ଫାଷ୍ଟ କେସ୍’,
୨୦୧୬ ମସିହାରେ ‘ଦଙ୍ଗଲ’ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ସାନ୍ୟା ମଲହୋତ୍ରା
(ମୁମ୍ବାଇ) : ୨୦୧୬ ମସିହାରେ ‘ଦଙ୍ଗଲ’ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ସାନ୍ୟା ମଲହୋତ୍ରା । ଏହାରି ମଧ୍ୟରେ ବହୁ ଫିଲ୍ମରେ ଦର୍ଶକ ତାଙ୍କର ଅଭିନୟକୁ ବେଶ ପସନ୍ଦ କରିଛନ୍ତି । ଆଗକୁ ସାନ୍ୟାଙ୍କୁ ‘ହିଟ୍ : ଦ ଫାଷ୍ଟ କେସ୍’ରେ ଦେଖିବାକୁ ମିଳିବ । ସେଥିରେ ରାଜକୁମାର ରାଓ ତାଙ୍କ ବିପକ୍ଷରେ ସ୍କ୍ରିନ୍ ଶେୟାର କରିଛନ୍ତି । ତେବେ ଫିଲ୍ମଟି ଚଳିତମାସ ୧୫ ତାରିଖରେ ରିଲିଜ୍ ହେବ।
ନିକଟରେ ଏକ ସାକ୍ଷାତକାରରେ ସାନ୍ୟା କହିଛନ୍ତି, ଏହା ଏକ ଅପରାଧମୂଳକ ଥ୍ରିଲର ଫିଲ୍ମ । ଏଥିରେ ଆପଣ ମୋତେ ଜଣେ ପୁଲିସ ଅଧିକାରୀଙ୍କ ପତ୍ନୀ ଭାବେ ଦେଖିବାକୁ ପାଇବେ । ଏଥିରେ ମୋ’ର ଭୂମିକା ଖୁବ୍ ଚାଲେଞ୍ଜିଂ । ଏହିପରି ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ଫିଲ୍ମ କରିବାକୁ ମୁଁ ଇଚ୍ଛୁକ ଥିବାବେଳେ ନିର୍ମାତାମାନେ ଯେତେବେଳେ ମୋତେ ଏହାକୁ ଅଫର୍ ଦେଲେ ମୁଁ ତୁରନ୍ତ ରାଜି ହୋଇଗଲି । ଦର୍ଶକମାନେ ଫିଲ୍ମକୁ ପସନ୍ଦ କରିବେ ବୋଲି ଆଶା।
ସୂଚନାନୁଯାୟୀ ‘ହିଟ୍ : ଦ ଫାଷ୍ଟ କେସ୍’ ହେଉଛି ୨୦୨୦ ମସିହାରେ ରିଲିଜ୍ ହୋଇଥିବା ଏକ ତେଲଗୁ ଫିଲ୍ମର ରିମେକ୍। ମୂଳ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଶୈଲେଶ କୋଲାନୁ ମଧ୍ୟ ଏହାର ନିର୍ଦ୍ଦେଶନା ଦେଉଛନ୍ତି । ଭୂଷଣ କୁମାର, କ୍ରିଷନ୍ କୁମାର ଓ କୁଲଦୀପ ରାଠୋର ପ୍ରଯୋଜକ ଅଛନ୍ତି । ରାଜକୁମାର ରାଓ ତାଙ୍କ ବିପକ୍ଷରେ ସ୍କ୍ରିନ୍ ଶେୟାର କରିଛନ୍ତି । ଯାହା ଚଳିତମାସ ୧୫ ତାରିଖରେ ରିଲିଜ୍ ହେବ।