ଚେନ୍ନାଇ: ରାଜୀବ ଗାନ୍ଧି ହତ୍ୟା ମାମଲାର ଅନ୍ୟତମ ଦୋଷୀ ସନ୍ଥନଙ୍କ ପରଲୋକ । ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବର୍ଷ ହୋଇଥିବା କୁହାଯାଉଛି । ତେବେ ତାଙ୍କର ଲିଭର ଫେଲ ହୋଇଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗତ ୨୭ ଜାନୁଆରୀରେ ହସ୍ପିାଲରେ ଭର୍ତ୍ତି ହୋଇଥିଲେ ସନ୍ଥନ ।
ସୂଚନା ଅନୁଯାୟୀ , ସନ୍ଥନ ଜଣେ ଶ୍ରୀଲଙ୍କା ନାଗରିକ ଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ୧୯୯୧ ମସିହାରେ ତାଙ୍କୁ ୨୦ ବର୍ଷରୁ ଊଦ୍ଧ୍ୱର୍ ଜେଲ ହୋଇଥିଲା । ୨୦୨୨ ମସିହାରେ ସୁପ୍ରିମ କୋର୍ଟ ସନ୍ଥନଙ୍କ ସମେତ ୭ ଜଣଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜେଲରୁ ମୁକୁଳିବା ପରେ କିଛି ଦିନ ହେବ ସନ୍ଥନଙ୍କ ଲିଭରରେ ସଂକ୍ରମଣ ହୋଇଥିବାରୁ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିôଲା । ସେଠାରେ ଆଜି ସକାଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ସନ୍ଥନଙ୍କ ମୃତ ଦେହକୁ ଶ୍ରୀଲଙ୍କା ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି ।