ଭୁବନେଶ୍ୱର:- ତା ୨୬/୫/୨୫:- ଚଳିତ ବର୍ଷ ବିଜେବି ସ୍ଵୟଂଶାସିତ କଲେଜରେ +୩ ପରୀକ୍ଷାରେ ଅର୍ଥଶାସ୍ତ୍ର ଅନର୍ସରେ ସୁଶ୍ରୀ ସସ୍କୃତି ମହାପାତ୍ର ଟପ୍ପର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ସୁଶ୍ରୀ ସଂସ୍କୃତି କେନ୍ଦ୍ରାପଡ଼ା ଜିଲ୍ଲା ତେଣ୍ଡାକୁଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଗ୍ରାମ ନିବାସୀ ଭକ୍ତିକାନ୍ତ ମହାପାତ୍ର ଓ ଦୀପ୍ତି ମହାନ୍ତିଙ୍କ ସୁକନ୍ୟା ଅଟନ୍ତି।ଓଲିଉଡ ଅଭିନେତା ଓ ରାଜ୍ୟ ସ୍ଥାୟୀ କର୍ମଚାରୀ ନେତା ମୁକ୍ତିକାନ୍ତ ମହାପାତ୍ରଙ୍କ ଝିଆରୀ ସୁଶ୍ରୀ ସଂସ୍କୃତି ନିଜର କଠିନ ଅଧ୍ୟବସାୟ,ବାପା ମା ଏବଂ ଗୁରୁଜନଙ୍କ ପ୍ରେରଣା ଓ ଅଧ୍ୟାପକ ମାନଙ୍କ ତତ୍ବାବଧାନରେ ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି।ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପାଇଁ ଲକ୍ଷ ରଖିଛନ୍ତି ଏବଂ ସେଥିପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।ସୁଶ୍ରୀ ସଂସ୍କୃତିଙ୍କ ସଫଳତା ନେଇ ଗ୍ରାମବାସୀ ଏବଂ ସାଙ୍ଗସାଥୀ ଓ ବନ୍ଧୁ ପରିଜନ ମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।